କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ

ଆଜି କଟକ ବନ୍ଦ

 

ଦୁର୍ଗାପୂଜା ମେଢ଼ ଭସାଣ ବେଳେ ଗୋଷ୍ଠୀ ବିବାଦକୁ ନେଇ ଆଜି କଟକ ବନ୍ଦ  ଡାକରା ଦିଆଯାଇଛି। ଏଣେ ଏହି ଘଟଣାର ବିଶୃଙ୍ଖଳାକାରୀମାନଙ୍କୁ ଚିହ୍ନଟ କରାଯାଇଥିବା ନେଇ ପୁଲିସ କମିସନର୍ ଏସ୍ ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି। ଗିରଫଦାରୀ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି। ଏହାଛଡ଼ା ତିନିଟି ମାମଲା ରୁଜୁ ହୋଇଛି। କଟକରେ ୮ କଂପାନି କେନ୍ଦ୍ରୀୟ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି।  ପରିସ୍ଥିତି ଶାନ୍ତ ରହିଛି। ଗଣ୍ଡଗୋଳକାରୀଙ୍କ ଉପରେ ‌ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ ପୁଲିସକୁ କୁହାଯାଇଛି। ତେଣେ ଗୁଜବକୁ ବିଶ୍ବାସ ନ କରିବାକୁ ସେ ନିବେଦନ କରିଛନ୍ତି।

ଗୋଷ୍ଠୀ ବିବାଦ ଘଟଣା ନେଇ କଟକରେ ଇଣ୍ଟରନେଟ ବନ୍ଦ ରହିଛି । ସୋସିଆଲ ମିଡିଆ ବନ୍ଦ ରହିଛି । ଶାନ୍ତି ଫେରିବା ପାଇଁ ପୁଲିସ ବଡ଼ ପଦକ୍ଷେପ ନେଇଛି। ଆଜି କଟକ ବନ୍ଦ ଡାକରା ଦିଆଯାଇଥିବାରୁ  ଆଗାମୀ ୩୬ ଘଣ୍ଟା ପାଇଁ କଟକର ୧୩ଟି ଥାନା ଅଞ୍ଚଳର କିଛି ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି। କର୍ଫ୍ୟୁ ଜାରି କରାଯାଇଥିବା ଅଞ୍ଚଳଗୁଡ଼ିକ ହେଲା ଦରଘାବଜାର, ମଙ୍ଗଳବାଗ, କ୍ୟାଣ୍ଟନମେଣ୍ଟ, ଲାଲବାଗ, ସିଡିଏ-୨, ପୁରୀଘାଟ, ଜଗତପୁର, ମର୍କତନଗର, ବାଦାମବାଡ଼ି, ବୟ‌ାଳିସମୌଜା, ସଦର, ବିଡ଼ାନାସୀ, ମାଲଗୋଦାମ ଥାନା ପ୍ରମୁଖ। ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ଏହି ସୂଚନା ଦେଇଛନ୍ତି।

କଟକ ସହରର ଦରଘାବଜାର ଦେଇ ଶୁକ୍ରବାର ରାତିରେ ଦୁର୍ଗାମେଢ଼ ଭସାଣି ଶୋଭାଯାତ୍ରା ଯାଉଥିବା ସମୟରେ ଜୟ ଶ୍ରୀରାମ ଧ୍ୱନିକୁ ନେଇ ଏକ ନିର୍ଦ୍ଦିଷ୍ଟ ଦିଗରୁ ପଥର, କାଚବୋତଲ ମାଡ଼ ହୋଇଥିଲା। ଏଥିରେ ଅନେକ ଆହତ ହୋଇଥିବାବେଳେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ ଶୋଭାଯାତ୍ରାରେ ଶ୍ରୀରାମଙ୍କ ସଙ୍ଗୀତକୁ ବିରୋଧ କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଉତ୍ତେଜନା ଦେଖାଦେଇଛି।


ଘଟଣାର ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସୋମବାର କଟକ ବନ୍ଦ ଡାକରା ଦିଆଯାଇଥିବାବେଳେ ରବିବାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା । କଟକରେ ହିଂସା ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ୧୩ଟି ଅଞ୍ଚଳରେ ୩୬ ଘଣ୍ଟା ପାଇଁ ସହରରେ ଲାଗୁ ହୋଇଛି କର୍ଫ୍ୟୁ । ଦରଘାବଜାର, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳ, ପୁରୀଘାଟ ଥାନା, ଲାଲବାଗ, ବିଡ଼ାନାସୀ , ମର୍କତନଗର, ସିଡିଏ ଫେଜ-୨, ମାଲଗୋଦାମ, ବାଦାମବାଡ଼ି, ଜଗତପୁର ଓ ବୟାଳିଶ ମୌଜା ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର । ତେବେ କର୍ଫ୍ୟୁରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଶିକ୍ଷାନୁଷ୍ଠାନ ବାଦ ରହିଛି । ହ୍ବାଟସ ଆପ୍, ଫେସବୁକ୍ , ଇନଷ୍ଟାଗ୍ରାମ୍, ସ୍ନାପଟାପ୍, ଏକ୍ସ ସମେତ ସମସ୍ତ ସୋସିଆଲ୍ ମିଡିଆ ସାଇଟ୍ ବ୍ୟାନ୍ ହୋଇଛି । ସକାଳୁ ସକାଳୁ କଟକର ବିଭିନ୍ନ ସ୍ଥାନରେ କର୍ଫ୍ୟୁକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି।

Leave a comment