OdishaPolitics ଏଆଇସିସି ପକ୍ଷରୁ କଂଗ୍ରେସର ଦୁଇ ବିରଷ୍ଠ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ Last updated May 28, 2023 କଂଗ୍ରେସର ଦୁଇ ବିରଷ୍ଠ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ରାଜ୍ୟ କଂଗ୍ରେସ ନେତୃତ୍ବ ବିରୋଧରେ କହିଥିବାରୁ ଏହି ନୋଟିସ ଜାରି କରାଯାଇଛି । ଏଆଇସିସି ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ୱାଳ ଏବଂ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ନୋଟିସ୍ ହୋଇଛି । ‘ଜାନକୀ-ବସନ୍ତଙ୍କ ଯୋଡି: କଂଗ୍ରେସର ସୁବର୍ଣ୍ଣ ଯୁଗ’ ଶୀର୍ଷକରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦୁଇ ନେତା ରାଜ୍ୟରେ କଂଗ୍ରେସର ସ୍ଥିିତି ନେଇ କହିଥିଲେ । ଏହି ଦୁଇନେତାଙ୍କ ବୟାନକୁ ନେଇ ବିବାଦ ହୋଇଥିଲା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଚିରଞ୍ଜିବ ବିଶ୍ୱାଳ କହିଥିଲେ, ଏଠି ସଭାପତି ହେବାପରେ ସେ ଆଉ କାହାକୁ କିଛି ପଚାରୁନାହାଁନ୍ତି ।୨୦୨୪ ନିର୍ବାଚନ ବେଳକୁ ୧୪୭ ବିଧାନସଭା ଆସନରେ ବିଧାୟକ ପ୍ରାର୍ଥୀ ମିଳିବେ କି ନାହିଁ ସନ୍ଦେହ । ୯ ରୁ ୯୦ ବିଧାୟକ ହେବ ଦେଖାଯାଉନାହିଁ । ଏଠି ମାଳ ମାଳ ମୁଖ୍ୟମନ୍ତ୍ରୀ ଆଶାୟୀ ବୋଲି କହିଥିଲେ ଚିରଞ୍ଜିବ । ସେହିପରି ନେତାଙ୍କୁ ନେଇ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ୍ । Share