ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ନୂଆମନ୍ତ୍ରୀମଣ୍ଡଳ ହେବା ପରେ  ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଜୁନ୍ ୧ ତାରିଖ ଯାଏ ଚାଲିବ ଏହି ସମୀକ୍ଷା କାର୍ଯ୍ୟକ୍ରମ । ପ୍ରଥମ ଦିନରେ ଖାଦ୍ୟ ଯୋଗାଣ ଓ ସମବାୟ, ସ୍ବାସ୍ଥ୍ୟ ବିଭାଗ ନିଜର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିବେ । ବିଗତ ୪ ବର୍ଷରେ ରାଜ୍ୟ ସରକାର ଲୋକଙ୍କ ପାଇଁ କରିଥିବା ଜନକଲ୍ୟାଣକାରୀ ଯୋଜନା କେତେ କାର୍ଯ୍ୟକାରୀ ହୋଇଛି, ତାର ହିସାବ ନେବେ ନବୀନ । ଏହାପରେ ଗୀତ ଗୋବିନ୍ଦ ସଦନରେ ବିଭାଗୀୟ ମନ୍ତ୍ରୀ ବୈଠକ ସମ୍ପର୍କରେ ସୂଚନା ଦେବେ । ବୈଠକରେ ମନ୍ତ୍ରୀ ମାନେ ନିଜ ବିଭାଗର ସର୍ବନିମ୍ନ ୫ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ ।