’ଆମ ପୋଖରୀ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ’ଆମ ପୋଖରୀ’ ସହରାଞ୍ଚଳ ଜଳାଶୟ ନବୀକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର, କଟକ, ବ୍ରହ୍ମପୁର ମହାନଗର ନିଗମକୁ ପ୍ରଶଂସାପତ୍ର ପ୍ରଦାନ । ଜଳାଶୟ ନବୀକରଣରେ ଉତ୍ତମ ପଦକ୍ଷେପ ପାଇଁ ପ୍ରଶଂସାପତ୍ର । ଜଳାଶୟ ପୁନରୁଦ୍ଧାରରେ ସାମିଲ ମହିଳା ବାଣ୍ଟିଲେ ଅଭିଜ୍ଞତା । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ମିଶନ ଶକ୍ତି ହେଉଛି ଟିମ୍ ଓ୍ୱାର୍କର ମଡେଲ । ଗାଁରୁ ସହର ଯାଏ ମିଶନ ଶକ୍ତି ମାଆମାନେ କାମ କରୁଛନ୍ତି । ଆମ ପୋଖରୀ ଯୋଜନାକୁ ମାଆମାନଙ୍କୁ ଦେଇ ବହୁତ ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଳସାଥୀ ଭାବେ ଭଲ କାମ କରୁଛନ୍ତି ମିଶନ ଶକ୍ତି ମହିଳା । ଏହି କାମକୁ ଭଲ ଭାବେ କରିବେ ବୋଲି ବିଶ୍ୱାସ ରଖିଛନ୍ତି ନବୀନ । ପରିବେଶ ସହିତ ଆମର ସାମାଜିକ ଜୀବନ ସହ ପୋଖରୀ ଯୋଡ଼ିହୋଇଛି ।