ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟ ମତଦାନ ବାକି ରହିଛି । ଚତୁର୍ଥ ପର୍ଯ୍ୟାୟ ମତଦାନ ୨୫ ତାରିଖ ଶନିବାର ଅନୁଷ୍ଠିତ ହେବ । ଏହାରି ଭିତରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ରାଜଧାନୀରେ ରୋଡ ସୋ’ କରିଛନ୍ତି । ରେଣ୍ଟାଲ କଲୋନୀ ଓମଫେଡ୍ ଛଳରୁ ଏହି ରୋଡ ସୋ’ ଆରମ୍ଭ ହୋଇଛି । ଏହି ରୋଡ ସୋ’ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଲୋକସଭା ଓ ଏହି ଲୋକସଭା ଅଧିନରେ ଥିବା ୭ଟି ବିଧାନସଭାରେ ବିଜେଡଇ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କି, ଯଦି ପୁଣିଥରେ ରାଜ୍ୟରେ ବିଜେଡି ସରକାର ଗଠନ କରେ ତେବେ ଜୁଲାଇ ମାସରୁ ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦିଆଯିବ । କେବଳ ସେତିକି ନୁହେଁ ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକହିତକର ଯୋଜନା ବାବଦରେ ସେ ଲୋକମାନଙ୍କ ଠାରୁ ପ୍ରତିକ୍ରିୟା ନେଇଛନ୍ତି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ