ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ମୁକ୍ତା ଯୋଜନାରେ ଟଙ୍କା ମଞ୍ଜୁର

ଭୁବନେଶ୍ବର: ଆଉ ୧୦ ଜିଲ୍ଲାର ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ମୁକ୍ତା ଯୋଜନାରେ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ମୁକ୍ତା ଯୋଜନାରେ ଆଉ ୧୦ ଜିଲ୍ଲାର ୪୨ ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ୧୮୩ ଦଶମିକ ୮୧ କୋଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି । ୨୦୨୩-୨୪ ବର୍ଷ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ଟଙ୍କା ମଞ୍ଜୁର କରାଯାଇଛି । ଏହି ୧୦ ଜିଲ୍ଲା ହେଲା- ଗଞ୍ଜାମ, ଗଜପତି, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ ଓ ବୌଦ୍ଧ ।
ମୁକ୍ତା ଯୋଜନାରେ ୱାର୍ଡୱାରି ୪୨ଟି ମ୍ୟୁନିସିପାଲିଟି ଏବଂ ଏନଏସିର ବିକାଶ ପାଇଁ ବାର୍ଷିକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି । ସବୁ ପ୍ରକଳ୍ପ ପାଇଁ ଜରୁରୀ ଅନୁସାରେ ଯାହା ସମ୍ଭବ ହେବ ଓ ପରିବେଶକୁ ନଜରରେ ରଖାଯିବ । ସେସବୁ ପ୍ରକଳ୍ପର ପ୍ଲାନ୍ ସ୍କ୍ରିନିଂ ହେଉଛି । ମଞ୍ଜୁର ପାଉଥିବା ପ୍ରକଳ୍ପ ମିଶନ ଶକ୍ତିଙ୍କ ଦ୍ବାରା କାର୍ଯ୍ୟକାରୀ ହେବ । ପ୍ରକଳ୍ପ କାର୍ଯ୍ୟକାରୀ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜୁନ ୯ରେ ଜନ ପ୍ରତିନିଧିମାନଙ୍କ ସହ 5T ସଚିବ ଭି.କେ ପାଣ୍ଡିଆନ ଆଲୋଚନା କରିଥିଲେ ।