ପରିକ୍ରମା ପ୍ରକଳ୍ପରେ ଯୋଗଦାନ ଓ ଶୁଭ ଉଦଘାଟନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ

ଆଗାମୀ ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ସେବାୟତ। ମୁଖ୍ୟମନ୍ତ୍ରୀ ବି ମୁଠାଏ ଚାଉଳ ଗୁଆ ଦେଇଥିଲେ। ପରିକ୍ରମା ପ୍ରକଳ୍ପ  ଶୁଭ ଉଦଘାଟନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ଶ୍ରୀମନ୍ଦିର ସେବାୟତ ପ୍ରତିନିଧି ଦଳ । ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗୋଟିଏ ଗୁଆ ଓ ମୁଠାଏ ଚାଉଳ ଦେଇ ନିଜର ସମ୍ମତି ପ୍ରଦାନ କରିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ରାମଚନ୍ଦ୍ର ଦାସ ମହାପାତ୍ର । ସେହିପରି ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ସମାରୋହ ଲାଗି ସାରା ରାଜ୍ୟ ଓ ରାଜ୍ୟ ବାହାର ଜଗନ୍ନାଥପ୍ରେମୀଙ୍କୁ ଗୋଟିଏ ଗୁଆ ଓ ମୁଠାଏ ଚାଉଳ ଦେବାକୁ ରାମଚନ୍ଦ୍ର ଆହ୍ବାନ ଦେଇଛନ୍ତି ।

ଆସନ୍ତା ଜାନୁଆରୀ ୧୭ ତାରିଖରେ ଭବ୍ୟ ଲୋକାର୍ପଣ ଉତ୍ସବ । ଏଥିପାଇଁ ପାଇଁ ଆଜି ପବିତ୍ର ମାର୍ଗଶିର ପୂର୍ଣ୍ଣିମାରେ ଶୁଭାରମ୍ଭ ହୋଇଛି ପରିକ୍ରମା ନିମନ୍ତ୍ରଣ। ଦେଶର ବିଭିନ୍ନ ଦେବପୀଠ ଓ ଧର୍ମଗୁରୁମାନଙ୍କୁ ନିମନ୍ତ୍ରଣ କରାଯିବ। ଶ୍ରୀମନ୍ଦିର ନିକଟରୁ ୩୩ଟି ଗାଡ଼ିରେ ନିମନ୍ତ୍ରଣ ବାର୍ତ୍ତା ନେଇ ବାହାରିଛନ୍ତି ୩୦ଟି ସ୍ବତନ୍ତ୍ର ଦଳ। ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରାଯାଇଛି। ୧୩ଟି ଟିମ୍ ରାଜ୍ୟର ପ୍ରମୁଖ ଦେବପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ଗସ୍ତ କରିଛନ୍ତି ।