ରାଜ୍ୟର ୧୦୬ଟି ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ଟି ନୂଆ ପଦ ସୃଷ୍ଟି

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ରାଜ୍ୟକୁ ଆଗକୁ ନେବା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସରତ ରହିଛନ୍ତି । ସେଥିପାଇଁ ହାଇସ୍କୁଲ ଓ କଲେଜ ପିଲାଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଇଛି । ପିଲାଙ୍କୁ ଖାଦ୍ୟ, ପୋଷାକ, ଜୋତା ମାଗଣାରେ ଯୋଗାଇ ଦେବା ସହିତ ମେଧାବୀଙ୍କୁ ସ୍କଲାରଶିପ୍ ମଧ୍ୟ ପ୍ରଦାନ କରାଯାଉଛି । ତେବେ ଚଳିତ ବର୍ଷରୁ ଉଚ୍ଚ ମାଧ୍ୟମିକ ଶ୍ରେଣୀ ବା ଦ୍ୱାଦଶକୁ ଉନ୍ନୀତ ହୋଇଥିବା ରାଜ୍ୟର ୧୦୬ଟି ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ଟି ନୂଆ ପଦ ସୃଷ୍ଟି ହୋଇଛି ।ମୋଟ ୬୪୨ ଜଣ ଶିକ୍ଷକ ଓ ୨୬୦ ଜଣ ଅଣଶିକ୍ଷକଙ୍କ ନିଯୁକ୍ତି ଦିଆଯିବ । ରାଜ୍ୟ ସରକାର ଏହାକୁ ଅନୁମୋଦନ ଦେଇଥିବା ବେଳେ ଖୁବଶୀଘ୍ର ଏନେଇ ଚୟନ ପ୍ରକ୍ରିୟା ଅରମ୍ଭ ହେବ । ଏହି ପଦଗୁଡ଼ିକ ମଧ୍ୟରେ ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି), ଲାବୋରେଟୋରୀ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ଲାଇବ୍ରେରୀଆନ, କନିଷ୍ଠ କିରାଣୀ ରହିଛି । ଚଳିତ ବର୍ଷ ରାଜ୍ୟ ସରକାର ୧୦୬ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ଉନ୍ନୀତ କରିଥିବା ବେଳେ ଏହି ସବୁ ସ୍କୁଲମାନଙ୍କରେ ଯୁକ୍ତ ଦୁଇ ଖୋଲିଛି ।