ଆଜିଠୁ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା

puri jagnnatha

ପୁରୀ: ଆଜିଠୁ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ।  ଶ୍ରୀମନ୍ଦିରରେ ଏନେଇ ସମସ୍ତ ପ୍ରସ୍ତୁତି ସରିଛି ।  ଆରମ୍ଭ ହେବ ୨୧ ଦିନ ଧରି ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ।  ନରେନ୍ଦ୍ର ସରୋବରରେ ବାହାର ଚନନ୍ଦ ନୀତି ଶେଷ ହୋଇଛି ।  ଶ୍ରୀମନ୍ଦିର ଭିତରେ ଆଜିଠାରୁ ମହାପ୍ରଭୁଙ୍କର ଭିତର ଚନ୍ଦନ ନୀତି ଆରମ୍ଭ ହେବ ।  ପ୍ରତିଦିନ ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି କରାଯିବା ସହ ପଣା ଭୋଗ ଅନୁଷ୍ଠିତ ହେବ । ୧୫ ତାରିଖ ଏକାଦଶୀ, ୧୯ ତାରିଖ ସାବିତ୍ରୀ ଅମାବାସ୍ୟା, ୨୪ ତାରିଖ ଶୀତଳଷ୍ଠୀ ଓ ୩୧ରେ ରୁକ୍ମିଣୀ ବିବାହ ଦିନ ମହାପ୍ରଭୁଙ୍କ ଜଳକ୍ରୀଡା ନୀତି ଅନୁଷ୍ଠିତ ହେବ ।