ବିଜୁଳି, ଘଡ଼ଘଡ଼ି ସହ ବର୍ଷା ପାଇଁ ୧୪ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଗତକାଲି ଭଳି ଆଜି ବି ରହିବ କାଳବୈଶାଖୀ ପ୍ରଭାବ । ୧୪ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣଂ ଦେଇଛି ପାଣିପାଗ କେନ୍ଦ୍ର ।  ଗତକାଲି ରାଜଧାନୀ ସହ ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଲା କାଳବୈଶାଖୀ । ଅଚାନକ ମାଡ଼ି ଆସିଲା କଳାହାଣ୍ଡିଆ ମେଘ । ଧୂଳି ଝଡ଼ ସାଙ୍ଗକୁ ବର୍ଷା । ବିଜୁଳି ଓ ଘଡ଼ଘଡ଼ି ।  ବେଶ କିଛି ସମୟ ତାଣ୍ଡବ ରଚିଥିଲା କାଳବୈଶାଖି । ପବନରେ ବିଭିନ୍ନ ସ୍ଥାନରେ ଭାଙ୍ଗିଥିଲା ଗଛ । ଘଣ୍ଟା ପ୍ରତି ୫୦ କିମି ବେଗରେ ପବନ ସାଙ୍ଗକୁ ବର୍ଷା ଯୋଗୁଁ ରାଜଧାନୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି।  ଗଛର ଡାଳ ମଡ଼ମାଡ଼ ହୋଇ ଭାଙ୍ଗି ପଡ଼ିଥିବା ବେଳେ ସେଥିରୁ କିଛି ମୂଳରୁ ଉପୁଡ଼ି ପଡ଼ିଥିଲା।  ବିଦ୍ୟୁତ ତାର ଛିଣ୍ଡି ଥିବାରୁ କିଛି ସମୟ ପାଇଁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା । ସାଧାରଣ ଲୋକେ ଅନେକ ସମୟ ଧରି ଅନ୍ଧାରରେ ରହିଥିଲେ ।  ଧୂଳି ଝଡ଼ ପରେ ପରେ ବର୍ଷା ହୋଇଥିଲା ।  ପୁରୀ ଖୋର୍ଦ୍ଧା, କଟକ ଜଗତସିଂହପୁର, କେନ୍ଦ୍ରାପଡାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଥିଲା । .