ଅବସରପ୍ରାପ୍ତ ରେଲୱେ ଅଧିକାରୀଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା ଓ କେଜି କେଜି ସୁନା

ଅବସରପ୍ରାପ୍ତ ରେଲୱେ ଅଧିକାରୀ ପ୍ରମୋଦ ଜେନାଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା ଓ କେଜି କେଜି ସୁନା । ଆଉ ଏହି ସମ୍ପତି ଠାବ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ୧୭ କେଜି ସୁନା ଓ ୧ କୋଟି ୫୭ଲକ୍ଷ ନଗଦ ଟଙ୍କା ଠାବ କରିଛି ସିବିଆଇ । ୧୭ କେଜି ସୁନାର ମୂଲ୍ୟ ପ୍ରାୟ ୮ କୋଟି ୫୦ ଲକ୍ଷ ଟଙ୍କା ଓ ୨ କୋଟି ୫୦ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ ଠାବ ହୋଇଛି । ଯାହାକୁ ଦେଖି ତାଜୁବ ହୋଇଛି ସିବିଆଇ ।
ଏତେ ପରିମାଣର ଟଙ୍କା ସୁନା ଓ ଟଙ୍କା କେଉଁଠୁ ଆଣୁଥିଲେ ଏବଂ କେଉଁଠୁ କମାଉଥିଲେ, ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରୁଛି କେନ୍ଦ୍ରୀୟ ସଂସ୍ଥା । ପୂର୍ବରୁ ଭୁବନେଶ୍ୱର ସମେତ ୬ଟି ସ୍ଥାନରେ ଚଢ଼ାଉ କରିଥିଲା ସିବିଆଇ । ଇଷ୍ଟକୋଷ୍ଟ ରେଲୱେର ପୂର୍ବତନ ପ୍ରିନ୍ସିପାଲ ଚିଫ୍ ଅପରେସନ୍ ମ୍ୟାନେଜର ପିକେ ଜେନା । ନିଜ ଆୟଠାରୁ କମାଇଛନ୍ତି ୫୯ ଦଶମିତ ୦୯ ପ୍ରତିଶତ ସମ୍ପତି ।ଗତ ୪ ତାରିଖରେ ଭୁବନେଶ୍ୱରରେ ୩ଟି, କଟକ ଓ ଜଗତସିଂହପୁରରେ ଦୁଇଟି ସ୍ଥାନରେ ସିବିଆଇର ୫ଟି ଟିମ୍ ଚଢ଼ାଉ କରିଥିଲା ସିବିଆଇ । ନଗଦ ଟଙ୍କା, ବ୍ୟାଙ୍କ ଡିପୋଜିଟ୍ ଓ ପାସପୋର୍ଟ ଜବତ ହୋଇଥିଲା । ୧୫ ବର୍ଷ ଭିତରେ ଆୟଠାରୁ ଅଧିକ ସମ୍ପତି କମାଇଛନ୍ତି । ଗତ ଦୁଇ ମାସ ତଳେ ଚାକିରିରୁ ଅବସର ନେଇଥିଲେ । ବେଆଇନ୍ ଭାବେ ସମ୍ପତି କମାଇଥିବା ନେଇ ଅଭିଯୋଗ ରହିଥିଲା ।