ପୋଲିସ ଆକ୍ରମଣ ପ୍ରସଙ୍ଗରେ ବିଭିନ୍ନ ଥାନାରେ ବିଜେପିର ଏତଲା

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଉଠିଥିବା ବିବାଦ ଏବେ ନୂଆ ମୋଡ ନେଇଛି । ଲୋୟର ପିଏମଜିରେ ବିଜେପିର ଆନ୍ଦୋଳନବେଳେ ହୋଇଥିବା ଖଣ୍ଡଯୁଦ୍ଧରେ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧର ଦଳ ଦେଇଥିବା ଏତଲା ପୁଲିସ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆଜି ରାଜ୍ୟର ସବୁ ଥାନାରେ ଏତଲା ଦେବାକୁ ଭାରତୀୟ ଜନତା ପାର୍ଟି ଚେତାବନୀ ଦେଇଛି ।ପୋଲିସ ଆକ୍ରମଣ ପ୍ରସଙ୍ଗରେ ବିଭିନ୍ନ ଥାନାରେ ବିଜେପିର ଏତଲା Iଡିଜିପି, ଭୁବନେଶ୍ୱର ଡିସିପି, ଟ୍ୱିନସିଟି କମିଶନରଙ୍କ ନାଁରେ ଏତଲା Iବିଜେପି ଯୁବ ମୋର୍ଚ୍ଚାର ଆନ୍ଦୋଳନ ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା I