ଓଡ଼ିଶା ଆସୁଛନ୍ତି ମୋଦୀ-ଶାହ-ନଡ୍ଡା!

ଭୁବନେଶ୍ୱର: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନରେ କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପି ନିଜର ଶକ୍ତି ପରୀକ୍ଷା କରିବ । ତେବେ ଏହା ମଧ୍ୟରେ ଗତକାଲି ୩ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ନିଜ ଦମରେ ସରକାର ଗଠନ କରିବାକୁ ସକ୍ଷମ ହୋଇଥିବା ବେଳେ ମେଘାଳୟରେ ନ୍ୟାସନାଲ ପିପୁଲ୍ସ ପାର୍ଟି  ସହ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି । ବିଜେପିର ପରବର୍ତ୍ତୀ ଟାର୍ଗେଟ ହେଉଛି ଓଡ଼ିଶା । ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶରେ ନିଜର ଯାଦୁ ଦେଖାଇଥିବା ସୁନିଲ ବଂଶଲଙ୍କୁ ଗତବର୍ଷ ବିଜେପି ଓଡ଼ିଶାର ପ୍ରଭାରୀ ଭାବେ ଦାୟିତ୍ୱ ଦେଇଥିଲା । ଏହା ମଧ୍ୟରେ ସୁନିଲ ଏକାଧିକ ଥର ରାଜ୍ୟ ଗସ୍ତରେ ଆସିଥିବା ବେଳେ ଆଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତପ୍ରକାଶ ନଡ୍ଡାଙ୍କ ପରି ଏକାଧିକ କେନ୍ଦ୍ରୀୟ ନେତାମାନେ ଆସିବାର ଅଛି ।