ଆଉଟ ସୋର୍ସିଂ ଓ ଠିକା ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ରାଜ୍ୟରେ ଲକ୍ଷାଧିକ ପଦବୀ ଖାଲିପଡିଥିବା ବେଳେ ରାଜ୍ୟ ସରକାର ଯୁବବର୍ଗଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ବିରୋଧୀ । ରାଜ୍ୟ ସରକାରଙ୍କ ୪୩ଟି ବିଭାଗରେ ୨ ଲକ୍ଷ ୨୬ ହଜାର ୫ ଶହ ୫୯ ସରକାରୀ ପଦବି ଖାଲି ପଡ଼ିଛି। ଗୃହ ବିଭାଗରେ ୨୬୭୯୮ ପଦବୀ ଖାଲି ପଡିଥିବା ବେଳେ ସରକାର ନିଯୁକ୍ତି ଦେଉନାହାଁନ୍ତି ।
ସେହିପରି ରାଜସ୍ୱରେ ୧୨୭୬୧, ବିଦ୍ୟାଳୟ ଓ ଗଣଶିକ୍ଷାରେ ସର୍ବାଧିକ ୬୧,୮୩୬, ସ୍ୱାସ୍ଥ୍ୟ ବିଭାଗରେ ୩୬,୦୦୪୫, ଜଳସମ୍ପଦ ବିଭାଗରେ ୮,୭୫୩, କୃଷି ବିଭାଗରେ ୯,୬୮୬, ଉଚ୍ଚ ଶିକ୍ଷା ବିଭାଗରେ ୧୧,୫୨୨, ଜଙ୍ଗଲ ଓ ପରିବେଶ ବିଭାଗରେ ୫୮୧୪, ଅର୍ଥ ବିଭାଗରେ ୩୪୪୦ ପଦବି ଖାଲି ପଡିଛି। ଏସବୁ ବିଭାଗରେ କାହିଁକି ନିଯୁକ୍ତି ଦିଆଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ।କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ କେବଳ ଗୃହ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ତିନୋଟି ବିଭାଗରେ ୧ ଲକ୍ଷରୁ ଅଧିକ ପଦଵି ଖାଲି ପଡ଼ିଛି। ମୁଖ୍ୟମନ୍ତ୍ରୀ କେବଳ କଥାରେ ସବୁ କରୁଛନ୍ତି କାମରେ କିଛି ହେଉନାହିଁ ବୋଲି କହିଛନ୍ତି ତାରା ବାହିନିପତୀ ।