ନିର୍ବାଚନ କମିଶନଙ୍କ ଦ୍ୱାରା ଆଜି ଜାରୀ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବ । ନିର୍ବାଚନ କମିଶନଙ୍କ ଏହି ନିଷ୍ପତି ସ୍ୱାଗତଯୋଗ୍ୟ । ଶାସକ ବିଜେଡି ପାଇଁ କାମ କରୁଥିବା କାରଣରୁ ବରିଷ୍ଠ ଆଇପିଏସ ଶ୍ରୀ ଡି.ଏସ.କୁଟ୍ଟେଙ୍କୁ ନିଲମ୍ବନ ଓ ଆଶିଷ ସିଂଙ୍କୁ ମେଡିକାଲ ବୋର୍ଡ ଆଗରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଏହି ଦୁଇ ଜଣ ଆଇପିଏସ ଅଫିସରଙ୍କ ବିରୁଦ୍ଧରେ ବିଜେପି ବହୁ ଥର ଅଭିଯୋଗ କରିଆସିଛି । ଏହି ଦୁଇ ଅଫିସର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବସି ରହି ଶାସକ ବିଜେଡି ପାଇଁ କାର୍ଯ୍ୟ କରିବା ସହିତ ଭୋଟ କରିବା କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିଲେ । ସରକାରୀ ଚାକିରୀ କରି ଶାସକ ବିଜେଡିର ଦଳୀୟ କାର୍ଯ୍ୟ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରୀକ ଏବଂ ଅପରାଧ । ପୋଲିସ ବିଭାଗର ଉଚ୍ଚପଦରେ ଅବସ୍ଥାପିତ ଡିଏସ୍ କୁଟ୍ଟେ ଓ ଆଶିଷ ସିଂ ବିଜେଡିର ଗୁଲାମଗିରି ଓ ଚାମଚାଗିରି କରୁଛନ୍ତି ବୋଲି ବିଜେପି ବାରମ୍ବାର ଓଡ଼ିଶାବାସୀଙ୍କୁ ଅବଗତ କରାଇଛି । ବିଜେଡିର ଚାମଚାଗିରି କରିବା ଏହି ଦୁଇ ପୋଲିସ ଅଧିକାରୀଙ୍କ ପୁରୁଣା ଅଭ୍ୟାସ । ୨୦୧୯ ନିର୍ବାଚନରେ ଏହି ଦୁଇ ପୋଲିସ ଅଧିକାରୀ ଯେଉଁ କେଳେଙ୍କାରୀ କରିଥିଲେ ତାହାର ପୁନରାବୃତି କରୁଛନ୍ତି ୨୦୨୪ ନିର୍ବାଚନରେ । ଶ୍ରୀ କୁଟ୍ଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏବଂ ଶ୍ରୀ ସିଂହ ଭୁବନେଶ୍ୱରର ଜଣେ ପ୍ରଭାବଶାଳୀ ବିଧାୟକଙ୍କ ପେଂଟ ହାଉସରେ ବସି ରହି ବିଜେଡିର ଦଳୀୟ କାର୍ଯ୍ୟ କରୁଥିଲେ । ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନଙ୍କ ଉପରେ ଭାରତୀୟ ସମ୍ବିଧାନ ଯେଉଁ ଗୁରୁଦାୟିତ୍ୱ ନ୍ୟସ୍ତ କରିଛି ତାହାକୁ ନିର୍ବାଚନ କମିଶନ ନିର୍ବାହ କରିଛନ୍ତି ବୋଲି ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବି ଶ୍ରୀ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ।
ନିର୍ବାଚନ ପକ୍ରିୟାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ ଭାବେ ନବୀନ ନିବାସରେ ଦିନ କଟାଉଛନ୍ତି । ତାମିଲ ବାବୁଙ୍କ କବଜାରେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଜନସଭାରେ ଭାଷଣ ଦେବା ବେଳେ ତାଙ୍କ ହାତକୁ ତାମିଲ ବାବୁ ଟାଣି ନେଉଥିବାର ଦୃଶ୍ୟ ଅତ୍ୟନ୍ତ ନିନ୍ଦନୀୟ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଦୟନୀୟ ସ୍ଥିତି ରାଜ୍ୟ ରାଜନୀତିରେ ସାରା ଓଡ଼ିଶାବାସୀ କେବେ ଦେଖିନଥିଲେ ।
ବିଜେପି ବିଗତ ୨ମାସ ଭିତରେ ୨୦ରୁ ଉର୍ଦ୍ଧ୍ୱ ଅଭିଯୋଗ ଧରି ନିର୍ବାଚନ ଅଧିକାରୀଙ୍କୁ ଗୁହାରି କରିଛି ବିଜେପି । ବିଜେପିର ନେତା, କର୍ମୀ ଓ ସମର୍ଥକକୁ ବିଜେଡି ଅକଥନୀୟ ଅତ୍ୟାଚାର ଦିଆଯାଇଛି । ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ସ୍ୱାଧୀନ ପ୍ରାର୍ଥୀଙ୍କୁ ପ୍ରଚୁର ଅର୍ଥ ଦେଇ ମରଣାନ୍ତକ ଆକ୍ରମଣ କରିଥିଲେ ବିଜେଡି । ସେହିପରି ଖଲ୍ଲିକୋଟ ଓ ବରଗଡଠାରେ ଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଗଲା । ମଧ୍ୟ ଭୁବନେଶ୍ୱରରେ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିଜେପି କର୍ମୀମାନଙ୍କୁ ଅଚାନକ ଆକ୍ରମଣ କରାଗଲା । ଗତକାଲି ଗଞ୍ଜାମ ଜିଲ୍ଲା ସଭାପତି ସୁବାଷ ସାହୁଙ୍କ ଗାଡିକୁ ଭାଙ୍ଗି ଦେବା ସହ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବିଜେଡି କର୍ମୀମାନେ । ଏ ସମସ୍ତ ଅଗଣତାନ୍ତ୍ରୀକ ଓ ଅପରାଧମୁଳକ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ନିର୍ଦ୍ଦେଶ ଦିଆଯାଉଥିଲା ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଆସ୍ଥା ଦେଇଛନ୍ତି ଓଡ଼ିଶାରେ ମାଫିଆରାଜ୍ ଚଳିବ ନାହିଁ । ଓଡ଼ିଶାରେ ବିଜେପି ଶାସନକୁ ଆସିଲେ ମାଫିଆମାନଙ୍କ ଅଂଟା ଭାଙ୍ଗି ଦିଆଯିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଦିଲୀପ ମଲ୍ଲିକ, ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Trending
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
Prev Post
Next Post