ଆଉ ୮ ବିଧାନସଭା ଆସନରେ ଟିକେଟ୍ ଦେଲା ବିଜେପି
କିଛି ଦିନର ଅଙ୍କକଷା ପରେ ୮ ବିଧାନସଭା ପାଇଁ ଟିକେଟ୍ ଦେଇଛି ବିଜେପି । ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସାଲେପୁରରୁ ଅଭିନେତା ଅରିନ୍ଦମ ରୟଙ୍କୁ ଦଳ ପ୍ରାର୍ଥୀ କରିଛି ଦଳ । ସେତିକି ନୁହେଁ ଖୋର୍ଦ୍ଧା ବିଧାସଭାକୁ ନେଇ ଚାଲିଥିବା ଛକାପଂଝାର ବି ଅନ୍ତ ଘଟିଛି । ବାଦ ବିବାଦ ସତ୍ୱେ ପ୍ରଶାନ୍ତ ଜଗଦେବକୁ ଟିକେଟ ଦେଇଛି ବିଜେପି । ଏହି ଆସନରେ ପ୍ରାର୍ଥୀ ହେବା ପାଇଁ ଦଳୀୟ କାର୍ଯ୍ୟାଳୟରେ ସମର୍ଥକଙ୍କ ସହ ହଙ୍ଗାମା କରିଥିଲେ କାଳୁ ଖଣ୍ଡାୟତରାୟ । କିନ୍ତୁ ପ୍ରଶାନ୍ତ ଜଗଦେବଙ୍କ ଉପରେ ଭରସା ଦେଖାଇଛି ଦଳ ।