ବିପଦରେ ଗଣତନ୍ତ୍ର – ରାଜ୍ୟ ବିଜେପି ,ଜବାବ ରଖିଲା ବିଜେଡି

ନିର୍ବାଚନ ମାହୋଲକୁ ଉଷ୍ମ କଲା ରାଜନୈତିକ ବୟାନବାଜି । ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡିକୁ ଟାର୍ଗେଟ କରିଛି ରାଜ୍ୟ ବିଜେପି । ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଫାଇବ୍- ଟି ରୁପାନ୍ତରଣକୁ ପ୍ରସଙ୍ଗ କରି ବିଜେଡି ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ, ଏହା ରାଜ୍ୟ ସରକାରଙ୍କ ବଡ ଦୁର୍ନୀତି ବୋଲି ସମାଲୋଚନା କରିଛି ଭାରତୀୟ ଜନତା ପାର୍ଟି । ସେପଟେ ବିଜେପିକୁ କାଉଂଟର କରି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓ । ଫେକ୍ ନ୍ୟୁଜ୍ର ଫ୍ୟାକ୍ଟ୍ରି ଭାରତୀୟ ଜନତା ପାର୍ଟି ବୋଲି କହିଛନ୍ତି । ଏହାସହ ସମୀର ମହାନ୍ତିଙ୍କ ମୁଣ୍ଡ କାମ କରୁନାହିଁ ଏବଂ ସେ ବାଚାଳାମି କରୁଛନ୍ତି ବୋଲି କହି କଟାକ୍ଷ କରିଛନ୍ତିି ସୁଲତା ।