ନୂଆପଡା ଉପନିର୍ବାଚନ ଫଳ ଶୁକ୍ରବାର ପ୍ରକାଶ ପାଇବାକୁ ଥିବାବେଳେ ପ୍ରଶାସନିକ କଳର ଅପବ୍ୟବହାର କରି ବିଜେପି ଏହି ନିର୍ବାଚନକୁ ପ୍ରଭାବିତ କରିଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖାଶ୍ରୀ ସାମନ୍ତସିଂହାର, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ବିଜେପି ଦ୍ୱାରା ପ୍ରଶାସନିକ କଳର ଅପବ୍ୟବହାର କରାଯାଇ ନିର୍ବାଚନକୁ ପ୍ରଭାବିତ କରାଯାଇଛି । ନିର୍ବାଚନ ଅଧିକାରୀଙ୍କ ମୁକ୍ତ ଓ ଅବାଧ ନିର୍ବାଚନ ଦାବି ଏକ ପ୍ରହସନରେ ପରିଣତ ହୋଇଛିି ବୋଲି ଅଭିଯୋଗ କରିଥିଲେ । ନିର୍ବାଚନରେ ବିଜେପି ଦ୍ୱାରା ବିଭିନ୍ନ ଆଚରଣ ବିଧିର ଖୋଲା ଉଲ୍ଲଙ୍ଘନ ଓ ନିର୍ବାଚନ ସମୟରେ ଅନେକ ଅନିୟମିତତାର ଅଭିଯୋଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ନାରେ ଦାଖଲ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।
ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ନିର୍ବାଚନ ସମୟରେ ସନ୍ଧ୍ୟା ୫ଟା ସୁଦ୍ଧା ୭୫% ଭୋଟିଂ ହୋଇଛି ବୋଲି ନିର୍ବାଚନ ଅଧିକାରୀଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ବୃଦ୍ଧି ପାଇ ୮୩.୫% ଭୋଟିଂ ହୋଇଛି ବୋଲି ସୂଚନା ଦିଆଯାଇଥିଲା । ଅଧିକ ପ୍ରତିଶତ ଭୋଟ ହେବା ଗଣତନ୍ତ୍ର ପାଇଁ ଏକ ଶୁଭ ଲକ୍ଷଣ । କିନ୍ତୁ ଭୋଟିଂ ସମୟ ଶେଷ ହେବା ପରେ ଅର୍ଥାତ ସନ୍ଧ୍ୟା ୫ଟା ପରେ ପ୍ରାୟ ୮%ରୁ ଅଧିକ ଭୋଟ ପଡିବା ସନେ୍ଦହଜନକ । ଆହୁରି ପ୍ରାୟ ୪୧ଟି ବୁଥ୍ରେ ୯୧ ପ୍ରତିଶତରୁ ଅଧିକ ଭୋଟିଂ ହେବା, ଭୋଟ ରିଗିଙ୍ଗ ହୋଇଥିବା ସନେ୍ଦହ ସୃଷ୍ଟି କରିଛି । ନିର୍ବାଚନ ପ୍ରଚାର ଚାଲିଥିବା ସମୟରେ ବିଜେପି ପ୍ରତି ସରକାରୀ ଅଧିକାରୀ ମାନଙ୍କ ଅହେତୁକ ସହଯୋଗ ଦେଖିବାକୁ ମିଳିଥିଲା । ସାଇଲେଣ୍ଟ ପିରିଅଡରେ ଭୋଟରଙ୍କ ବ୍ୟତୀତ ଅନ୍ୟ କେହି ଉପସ୍ଥିତ ରହିପାରିବେ ନାହିଁ ବୋଲି ନିୟମ ଥିବାରୁ, ବିଧି ବ୍ୟବସ୍ଥାକୁ ସମ୍ମାନ ଜଣାଇ ବିଜୁ ଜନତା ଦଳର ସମସ୍ତ ନେତା ମାନେ ନୂଆପଡା ଛାଡି ଦେଇଥିଲେ । କିନ୍ତୁ ବିଜେପିର ଅନେକ ନେତା ସେଠାରେ ଉପସ୍ଥିତ ରହି ଭୋଟର ମାନଙ୍କୁ ପ୍ରଭାବିତ କରୁଥିଲେ । ଏହାର ଅଭିଯୋଗ ବିଧିବଧ ଭାବେ ନିର୍ବାଚନ ଅଧିକାରୀଙ୍କ ପାଖରେ ରଖାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ।
ଡ଼ ଲେନିନ ମହାନ୍ତି କହିଥିଲେ, ଯେଉଁ ବୁଥ୍ ଗୁଡିକରେ ୯୦%ରୁ ଅଧିକ ଭୋଟିଂ ହୋଇଛି, ସେଇ ବୁଥ୍ ଗୁଡିକର ସିସିଟିଭି ଫୁଟେଜ ଆମକୁ ପ୍ରଦାନ କରାଯାଉ । ସିସିଟିଭି ଫୁଟେଜ ହିଁ ପ୍ରମାଣ କରିବ ବାସ୍ତବରେ ଲୋକ ଭୋଟ ଦେଇଛନ୍ତି ନା ହେରଫେର ହୋଇଛି । ଇଭିଏମ ମେସିନ ଗୋଟିଏ ଘରୋଇ ଗାଡ଼ିରେ ବୁଲୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ମୁକ୍ତ ଓ ଅବାଧ ନିର୍ବାଚନ କରିବା ଉକ୍ତି ଏହି ଉପନିର୍ବାଚନରେ ପ୍ରହସନରେ ପରିଣତ ହୋଇଥିଲା । ପ୍ରାର୍ଥୀ ଚୋରି, ଭୋଟ ଚୋରି ପରେ ଏବେ ବୁଥ୍ ଚୋରି ଦେଖିବାକୁ ମିଳିଲା ।
ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ଜିତିବା ବିଜେପି ପକ୍ଷରେ ସମ୍ଭବ ନୁହେଁ ବୋଲି ଜାଣି ବିଜେପି ପ୍ରଶାସନିକ କଳର ଅପବ୍ୟବହାର କରି ନିର୍ବାଚନ ଜିତିବାକୁ ଉଦ୍ୟମ କରି ଆସୁଛି । ୯୦ ପ୍ରତିଶତ ଭୋଟିଂ ହେବା ଏକ ବିରଳ ଘଟଣା । ବିଶେଷକରି ଉପନିର୍ବାଚନରେ ଏପରି ହେବା ନିଶ୍ଚିତ ଭାବେ ସନେ୍ଦହ ସୃଷ୍ଟି କରିଛି । ଏହାଛଡା ସରକାରୀ ଅଧିକାରୀ ମାନେ ବିଜେପିର ଏଜେଣ୍ଟ ସାଜି ବିଜେପିକୁ ଜିତାଇବା ପାଇଁ କାମ କରୁଥିଲେ । ବିଜୁ ଜନତା ଦଳ ଅନେକ ସମୟରେ ନିର୍ବାଚନ ପ୍ରଚାର ବେଳେ ଘଟୁଥିବା ଅନିୟମିତତାକୁ ନେଇ ଜିଲ୍ଲାର ଅଧିକାରୀ ମାନଙ୍କୁ ଭେଟି ସେମାନଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା । କିନ୍ତୁ ସେମାନଙ୍କ ଠାରୁ ବିଜେଡିକୁ କୌଣସି ସହଯୋଗ ମିଳୁ ନଥିଲା । ଶେଷ ପର୍ଯ୍ୟାୟରେ ପୋଲିସ୍ର ତତ୍ୱାବଧାନରେ ଟଙ୍କା ବଣ୍ଟା କାର୍ଯ୍ୟକ୍ରମ ଚାଲିଥିଲା । ବୁଥ୍ ଭିତରେ ବିଜେପି ତରଫରୁ କ୍ୟାମ୍ପେନ କରାଯାଉଥିଲା । ବିଜେଡି ତରଫରୁ ଏହାର ଅଭିଯୋଗ ନିର୍ବାଚନ ଅଧିକାରୀଙ୍କ ପାଖରେ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ତେଣୁ ସମସ୍ତ କଥାକୁ ଅନୁଶୀଳନ କଲେ ସ୍ପଷ୍ଟ ହୁଏ ଯେ, ସରକାରୀ କଳର ଅପବ୍ୟବହାର କରି ବିଜେପି ଦେଶର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି ।
Trending
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
Next Post