୯ ବର୍ଷ ହେଲା ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଆସିଛି ବିଜେପି: ବିଜେଡି ମୁଖପାତ୍ର

????????????????????????????????????

ଭୁବନେଶ୍ୱର: ଓଡ଼ିଶା ପ୍ରତି ପ୍ରତାରଣା କରୁଛନ୍ତି କେନ୍ଦ୍ରର ବିଜେପି ସରକାର। ଏହାର ଏକ ବଡ଼ ଉଦାହରଣ ହେଉଛି ୫୫ ନମ୍ବର ଜାତୀୟ ରାଜପଥ। ଦେଶର ସବୁଠାରୁ ବଡ଼ ବିପଦସଙ୍କୁଳ ରାସ୍ତା ପାଲଟିଛି ଏହି ଜାତୀୟ ରାଜପଥ। ୩ ବର୍ଷ ମଧ୍ୟରେ ଏହି ରାସ୍ତା କାମ ସରିବା କଥା। ୬ବର୍ଷ ବିତି ଯାଇଥିଲେ ବି କାମ ସମ୍ପୂର୍ଣ୍ଣ ହୋଇନାହିଁ । ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର ଏବଂ ରାଜ୍ୟ ବିଜେପି ସାଂସଦଙ୍କୁ କାଠଗଡ଼ାକୁ ଟାଣିଛନ୍ତି । ୫୫ ନମ୍ବର ଜାତୀୟ ରାଜପଥ କଟକ-ସମ୍ୱଲପୁରକୁ ସଂଯୋଗ କରୁଛି, ଯାହାର ମରାମତି ୨୦୧୭ରେ ଆରମ୍ଭ ହୋଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା କାମ ସରିନାହିଁ ।୫୫ ନମ୍ବର ଜାତୀୟ ରାଜପଥର ଦୂରବସ୍ଥା ନେଇ ବିଜେପିକୁ ଟାର୍ଗେଟ୍‌ କଲା ବିଜେଡି। କେନ୍ଦ୍ର ସରକାରଙ୍କ ୯ବର୍ଷ ପୂର୍ତ୍ତି ଅବସରରେ ସବୁଠି ବିଜେପି ନେତା ନିଜ ପ୍ରଚାର କରୁଛନ୍ତି। କିନ୍ତୁ ଓଡ଼ିଶା ପାଇଁ କେନ୍ଦ୍ରର ବିଜେପି ସରକାର କ’ଣ କରିଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି। ଓଡ଼ିଶାର ବିଜେପି ସାଂସଦମାନେ ମାଟିକୁ ଅବହେଳା କରୁଛନ୍ତି। ମାଟିକୁ ବଡ଼ ଭାବନ୍ତୁ, ପାର୍ଟିକୁ ନୁହେଁ ବୋଲି ବିଜେଡି ଆହ୍ୱାନ ଦେଇଛି ।