ଉପବାଚସ୍ପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲକଲେ ବିଜେଡି ବିଧାୟକ ସାଲୁଗା ପ୍ରଧାନ

ଭୁବନେଶ୍ୱର : ଉପବାଚସ୍ପତି ନିର୍ବାଚନ ପାଇଁ ଦାଖଲ ହୋଇଛି ନାମାଙ୍କନ ପତ୍ର । ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ପଦ ପାଇଁ ବିଜେଡି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଧାନସଭା ସଚିବଙ୍କ ନିକଟରେ ଦାଖଲ କରିଛନ୍ତି ନାମାଙ୍କନ ପତ୍ର । ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଉପବାଚସ୍ପତି ପଦ । ଆସନ୍ତାକାଲି ହେବ ଉପବାଚସ୍ପତି ନିର୍ବାଚନ । ନାମାଙ୍କନ ପତ୍ର ଭରିବା ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ସାଲୁଗା ପ୍ରଧାନ । ଆସନ୍ତାକାଲି ବିଧାନସଭା ଉପବାଚସ୍ପତି ପାଇଁ ନିର୍ବାଚନ ହେବ । ସକାଳ ୯ଟା ୩୦ରେ ହେବ ଭୋଟ ଗ୍ରହଣ I ଆଜି ଉପବାଚସ୍ପତି ପାଇଁ  ଦାଖଲ ହୋଇଛି ନାମାଙ୍କନ ପତ୍ର ।  ସାଲୁଗା ପ୍ରଧାନ ହେଉଛନ୍ତି ଓଡ଼ିଶା ବିଧାନସଭାର ଦୁଇ ଦୁଇ ଥରର ବିଧାୟକ। ବିଜେଡି ଟିକେଟରୁ ସେ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ଜି. ଉଦୟଗିରି ବିଧାନସଭା ଆସନରୁ ସେ ପ୍ରଥମେ ୨୦୦୦ ମସିହାରେ ଏବଂ ଏହାପରେ ୨୦୧୯ ମସିହାରେ ନିର୍ବାଚିତ ହୋଇଛନ୍ତି। ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ। ସେବେଠୁ ଉପବାଚସ୍ପତି ପଦ ଖାଲି ରହିଥିଲା। କାଲି ବିଧାନସଭାର ଶୀତ ଅଧିବେଶନ ଥିବାରୁ କାଲି ସକାଳ ୯ଟାରେ ଉପବାଚସ୍ପତି ନିର୍ବାଚନ ହେବ ।