ବରିଷ୍ଠ ନେତା ତଥା ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉପରେ ମାନ୍ୟବର ସୁପ୍ରିମକୋର୍ଟ କ’ଣ ରାୟ ଦେଇଛନ୍ତି, ଆଗକୁ ଏନେଇ ଆଇନ ଅନୁଯାୟୀ କ’ଣ କରାଯିବ, ସେନେଇ ରାଜ୍ୟ ସରକାର ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବେ । ସେପର୍ଯ୍ୟନ୍ତ ବିଧାୟକ ପ୍ରତାପ ଦେବ ଧୈର୍ଯ୍ୟ ରଖନ୍ତୁ । ଆଇନ୍ ତା’ବାଟରେ ଯିବ । ଏଥିରେ ହସ୍ତକ୍ଷେପ କରିବାର ଅଧିକାର କାହା ପାଖରେ ନାହିଁ । ମାତ୍ର ବିଜେଡିର ଯେଉଁ ନେତାମାନେ ଏହି ଘଟଣାରେ ବ୍ୟସ୍ତବିବ୍ରତ ହେଉଛନ୍ତି ସେମାନେ ଶାସନରେ ଥିଲାବେଳେ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ନେତାଙ୍କ ବିରୋଧରେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ପ୍ରେସ୍ ବିବୃତି ଜରିଆରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ ପ୍ରଶ୍ନ କରିଛନ୍ତି ।
ଶ୍ରୀ ମଲ୍ଲିକ କହିଛନ୍ତି ଯେ, ମାହାଙ୍ଗା ତ୍ରିପଲ୍ ମର୍ଡର ଘଟଣାରେ ପ୍ରତାପ ଜେନା ୧୩ ନଂ. ମୁଦାଲା ଥିଲେ । ସେତେବେଳେ ସରକାର ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଇଥିଲେ? ତତ୍କାଳୀନ ତିର୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କୁ କୋର୍ଟ ଦୋଷୀ ବୋଲି କହିଥିଲା । ମାତ୍ର ବିଜେଡି ସରକାର ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା । ସେହିପରି ଅରୁଣ ସାହୁ, ପ୍ରଣବ ବଳବନ୍ତ ରାୟ, ତତ୍କାଳୀନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଅପରାଧିକ ମାମଲା ଥିବା ସତ୍ୱେ ବିଜେଡି ସରକାର ରାଜନୈତିକ ସ୍ୱାର୍ଥ ଚରିତାର୍ଥ କରିବା ପାଇଁ ସେତେବେଳେ ସେମାନଙ୍କୁ ନ ବାନ୍ଧି ଚୁପ ବସିଥିଲା । କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ନାମରେ ସଙ୍ଗୀନ ମାମଲା ଥିଲେ ମଧ୍ୟ ବିଜେଡି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା । ଏଭଳି ବିଭିନ୍ନ କାରଣ ଯୋଗୁ ଏହି ଭ୍ରଷ୍ଟ ସରକାରକୁ ଲୋକେ ଗାଦିରୁ ହଟାଇ ଦେବା ପରେ ଏବେ ସେମାନେ ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି । ବର୍ତମାନ ବିଜେପି ସରକାରଙ୍କୁ କେବଳ ବିରୋଧ କରିବା ପାଇଁ ବିରୋଧୀ ଏଭଳି ଭିତିହୀନ ରାଜନୀତି କରୁଛି । ଖବରରେ ରହିବା ପାଇଁ ସେମାନେ ନିଜ ଆଇନାରେ ନିଜ ମୁହଁ ଦେଖୁଛନ୍ତି । ନିଜ ଅପରାଧିକ ଘଟଣାକୁ ମନେପକାଇ ବିଳିବିଳି ହେଉଛନ୍ତି । ବିଜେଡି ସରକାର ସେତେବେଳେ ରାଜନୈତିକ ଅଭିସନ୍ଧି ରଖି ବହୁ ବିରୋଧୀ ଦଳର ନେତା ଓ ସୂଚନା ଅଧିକାର କର୍ମୀମାନଙ୍କୁ ହଇରାଣ କରୁଥିଲେ । ଯେଉଁମାନେ ନ୍ୟାୟସଙ୍ଗତ ସ୍ୱର ଉତୋଳନ କରୁଥିଲେ ସେମାନଙ୍କୁ ପୋଲିସ ମାଧ୍ୟମରେ ନିର୍ଯାତନା ଦିଆଯାଉଥିଲା । ସେମାନଙ୍କ ଉପରେ ବିଭିନ୍ନ ଅତ୍ୟାଚାର କରାଯାଉଥିଲା । ନବୀନ ପଟ୍ଟନାୟକ ସେତେବେଳେ କେବଳ ଆଇନ ତା’ବାଟରେ ଯିବ ବୋଲି କହି ନୀରବ ପ୍ରତିମୂର୍ତି ସାଜିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ସରକାର ଏହାକୁ କାର୍ଯ୍ୟରେ କରି ଦେଖାଇବ । ଏହା ହେଉଛି ଲୋକଙ୍କ ସରକାର । ତେଣୁ ଆଇନ ଉପରେ ଭରସା ରଖିବାକୁ ଶ୍ରୀ ମଲ୍ଲିକ କହିଛନ୍ତି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post