ପର୍ଯ୍ୟବେକ୍ଷକ ଦାୟିତ୍ବ ବାଣ୍ଟିଲା ବିଜେଡି

ଭୁବନେଶ୍ବର: ପର୍ଯ୍ୟବେକ୍ଷକ ଦାୟିତ୍ବ ବାଣ୍ଟିଲା ବିଜେଡି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ମାନସ ମଙ୍ଗରାଜ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ହିନ୍ଦୋଳ ଓ ଢେଙ୍କାନାଳ ବିଧାନସଭା କ୍ଷେତ୍ର ପାଇଁ ସୁଶାନ୍ତ ରାଉତଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ତେଲକୋଇ ବିଧାନସଭା କ୍ଷେତ୍ର ପାଇଁ ଅଶୋକ ବଳଙ୍କୁ ନିଯୁକ୍ତି ମିଳିଛି। ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଶ୍ରୀମୟୀ ମିଶ୍ରଙ୍କୁ ନିଯୁକ୍ତି  କରାଯାଇଛି । ଅନୁଗୁଳ ଜିଲ୍ଲା ପାଇଁ କୁନ ବିହାରୀ ଦାସଙ୍କୁ ଉପପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ମିଳିଥିବାବେଳେ  ପରଜଙ୍ଗ ଓ କାମାକ୍ଷାନଗର ବିଧାନସଭା କ୍ଷେତ୍ର ପାଇଁ ଆଶିଷ ଚକ୍ରବର୍ତ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।