ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡିଶାର ଆଇନ୍‍ ଶୃଙ୍ଖଳା ସ୍ଥିତି ଭଲ : ବିଜେଡି

ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି । ଏହାକୁ ନେଇ  ବିଜେପି ଆନ୍ଦୋଳନ କରୁଛି । ଆନ୍ଦୋଳନକୁ ସମାଲୋଚନା କରିଛି ବିଜେଡି। ଓଡ଼ିଶାର ବାସ୍ତବ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବାକୁ ବିଜେପି ଏପରି କରୁଛି  କହିଛନ୍ତି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ।

କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିଛି ବିଜେପି । ଓଡ଼ିଶାକୁ ୭ ଲକ୍ଷ ଘର ଯୋଗାଇ ନଦେବା ପାଇଁ ଚକ୍ରାନ୍ତ କରିଛି ବିଜେପି ।  ଓଡ଼ିଶା ଚାଷୀଙ୍କ ଧାନ କ୍ରୟ ହ୍ରାସ କରିଛି ବିଜେପି ସରକାର ।  କେନ୍ଦ୍ର ଦ୍ୱାରା ବଳକା ଚାଉଳ ଉଠାଣ ନହେବା, କେନ୍ଦୁପତ୍ର ଉପରେ ୧୮% ଜିଏସ୍‌ଟି ଲଗାଇବା କୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେଡି ।  କେନ୍ଦ୍ର ଦ୍ୱାରା ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ନକରିବା କଥା ମଧ୍ୟ ଉଠାଇଛନ୍ତି ଗୈାତମବୁଦ୍ଧ ଦାସ ।  ଓଡ଼ିଶା ବିଜେପି କେନ୍ଦ୍ରରେ ସେମାନଙ୍କ ଦଳ ଦ୍ୱାରା ଚଳାଯାଉଥିବା ସରକାରଙ୍କ ନିକଟରେ ଉଠାଇବା ଆବଶ୍ୟକ। ଭାରତର ଅନେକ ବିଜେପି ଶାସିତ ରାଜ୍ୟ ଅପେକ୍ଷା ଓଡ଼ିଶାର ଆଇନ ଶୃଙ୍ଖଳା ସ୍ଥିତି ବହୁତ ଭଲ ବୋଲି  ଶ୍ରୀ ଦାସ କହିଛନ୍ତି ।