ଆରୁଖ, ମାରାଣ୍ଡି ଓ ସାରଦା ହେବେ ମନ୍ତ୍ରୀ :ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ୩ ବିଧାୟକଙ୍କୁ ଗଲା ଫୋନ୍

ଭୁବନେଶ୍ବର: ଆରୁଖ, ମାରାଣ୍ଡି ଓ ସାରଦା ହେବେ ମନ୍ତ୍ରୀ । ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ୩ ବିଧାୟକଙ୍କୁ ଗଲା ଫୋନ୍ କଲ୍।  ବିଧାୟକ ବିକ୍ରମ କେଶରୀ ଆରୁଖଙ୍କ ପାଖକୁ ଫୋନ୍ କଲ୍ ଯାଇଥିବା ବେଳେ ବିଧାୟକ ସାରଦା ନାୟକ ଓ ବିଧାୟକ ସୁଦାମ ମାରାଣ୍ଡିଙ୍କୁ ମଧ୍ୟ କଲ୍ ଯାଇଛି ।  କାଲି ମନ୍ତ୍ରିମଣ୍ଡଳରେ ସାମିଲ ହେବା ନେଇ ଫୋନ୍ କଲ୍ ଯାଇଛି। କ୍ୟାବିନେଟ ମନ୍ତ୍ରୀ ଭାବେ ବିକ୍ରମ, ସାରଦା ଓ ସୁଦାମ ଶପଥ ନେବେ। ଆସନ୍ତାକାଲି ହେବାକୁ ଯାଉଛି ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ । ସକାଳ ୯ଟା ୫୦ରେ ଲୋକସେବା ଭବନର କନଭେସନ ହଲରେ ଆୟୋଜିତ ହେବ ଶପଥ ଗ୍ରହଣ ସମାରୋହ।