ଆଜିଠୁ ଦୁବାଇକୁ ବିମାନ ସେବା

ଭୁବନେଶ୍ବର : ଆଜିଠୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି। ଦୁବାଇରୁ ୧୧.୨୫ରେ ଇଣ୍ଡିଗୋର ବିମାନ ୧୭୩ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଆସିଥିଲା  । ଏହି ବିମାନ ଭୁବନେଶ୍ବରରେ ୫.୩୦ ରେ ପହଞ୍ଚିଥିଲା । ଏହାପରେ ବିମାନଟିକୁ ୱାଟର କ୍ୟାନନ ମାଧ୍ୟମରେ ସ୍ୱାଗତ କରାଯାଇଥିଲା ।

ସେହିପରି ଭୁବନେଶ୍ୱରରୁ ୧୮୩ ଜଣ ଯାତ୍ରୀଙ୍କୁ ନେଇ ଦୁବାଇ ଅଭିମୁଖେ ଯାଇଥିଲା ।  ଏହି ବିମାନ ସେବା ପରେ ଓଡ଼ିଶାକୁ ଅଧିକ ବ୍ୟବସାୟ ଓ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି ହୋଇପାରିବ। ବିଦେଶରେ ରହୁଥିବା ଓଡ଼ିଆଙ୍କୁ ଉକ୍ତ ବିମାନ ସେବା ସହାୟକ ହୋଇପାରିବ।