ବାହାନଗା ଟ୍ରେନ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ
କଟକ: ବାହାନଗା ଟ୍ରେନ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବିହାରର ସୋହେଲ ମନସୁର । କିଡନୀ ଜନିତ ଜଟିଳ ସମସ୍ୟା ଥିବାରୁ ତାଙ୍କର ଅବସ୍ଥା ସେତେ ଭଲ ନଥିଲା । ଦୁର୍ଘଟଣାର ୧୫ ଦିନ ପରେ ସୋହେଲଙ୍କର ମୃତ୍ୟୁ ହୋଇଛି । ଫଳରେ ଏସସିବିରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି । ବର୍ତ୍ତମାନ ଏସସିବିରେ ଆଉ ୪୬ ଆହତଙ୍କର ଚିକିତ୍ସା ଚାଲିଛି । ଗତକାଲି ବିହାରର ପ୍ରକାଶଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।