ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ

ଏଣିକି ସରକାର ଦେବେ ଗହମ । ବହୁ ଦିନର ଦାବି ଥିଲା  । ଏବେ ମିଳିବ ଗହମ ।   ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ। ଓଡ଼ିଶା ସମେତ ୯ ରାଜ୍ୟର ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପୂର୍ବ ସରକାର ଗହମକୁ ବନ୍ଦ କରି ରାସନ କାର୍ଡ ହିତାଧିକାରୀଙ୍କୁ କେବଳ ଚାଉଳ ଯୋଗାଇ ଦେଉଥିଲେ। ଏବେ ଅର୍ଡର୍ ଆସିଛି, ହିତାଧିକାରୀ ମୁଣ୍ଡ ପିଛା ଏକ ପଞ୍ଚମାଂଶ ଗହମ ମଳିବ। ଅର୍ଥାତ ଜଣେ ହିତାଧିକାରୀଙ୍କୁ ୨୦ ପ୍ରତିଶତ ଗହମ ମିଳିବ। ଜଣେ ହିତାଧିକାରୀ ୨୦ କେଜି ଚାଉଳ ସହ ୫କେଜି ଗହମ ନେଇ ପାରିବେ। ଯଦି ଜଣେ ହିତାଧିକାରୀ ଚାହିଁବେ ୧୫ କେଜି ଚାଉଳ ସହ ୧୦କେଜି ଗହମ ମଧ୍ୟ ନେଇପାରିବେ।