ବିଶ୍ବକପ୍ ହକି ପୂର୍ବରୁ ଭୁବନେଶ୍ବର ବଦଳିଛି ସୈାନ୍ଦର୍ଯ୍ୟ

ଭୁବନେଶ୍ବର: ଆଉ ଦୁଇ ସପ୍ତାହ ରହିଲା ହକି ବିଶ୍ୱକପ୍ । ହକି ମହାକୂମ୍ଭ ପୂର୍ବରୁ ରାଜଧାନୀ ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣ ପାଇଁ ଗଠିତ ହୋଇଛି ସ୍ବତନ୍ତ୍ର ଟିମ୍ । ଟିମରେ ସାମିଲ ଅଛନ୍ତି ବିଡିଏ, ବିଏମସି, ସ୍ମାର୍ଟସିଟି ଓ କମିଶନରେଟ ପୋଲିସ ।

ସୈାନ୍ଦର୍ଯ୍ୟକରଣ ଚାଲିଥିବା ସହ ସେପଟେ ଚାଲିଛି ହକି ବିଶ୍ବକପ ପାଇଁ ଟିକେଟ୍ ବିକ୍ରି । ଅନଲାଇନରେ ଟିକେଟ କିଣୁଛନ୍ତି କ୍ରୀଡ଼ାପ୍ରେମୀ । ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ କିଣିପାରିବେ । ଭାରତ ମ୍ୟାଚ ପାଇଁ ଓ୍ବେଷ୍ଟଷ୍ଟାଣ୍ଡ ଟିକେଟ ମୂଲ୍ୟ ରହିଛି ୫୦୦ ଟଙ୍କା  । ସେହିପରି ଇଷ୍ଟଷ୍ଟାଣ୍ଡ ପାଇଁ ୪୦୦ ଟଙ୍କା ଏବଂ ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ ପାଇଁ ୨୦୦ ଟଙ୍କା ଲେଖାଏ ଦର ରହିଛି ।

ଜାନୁଆରୀ ୧୩ରେ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ୍ । ୨୯ ତାରିଖରେ ଶେଷ ହେବ ଟୁର୍ଣ୍ଣାମେଣ୍ଟ । ପ୍ରଥମ ଦିନ ସଂଧ୍ୟା ୫ଟାରେ ଇଂଲଣ୍ଡ ଏବଂ ଓ୍ବେଲସ ମଧ୍ୟରେ ଟକ୍କର ହେବ । ସଂଧ୍ୟା ୭ଟାରେ ଇଣ୍ଡିଆ ଓ ସ୍ପେନ ମଧ୍ୟରେ ଟକ୍କର ହେବ । ଏଥିପାଇଁ ଏବେ ସବୁସ୍ଥାନରେ ହକିର ଝଲକ ଦେଖିବାକୁ ମିଳୁଛି ।ରାସ୍ତାକଡରୁ ଜବରଦଖଲ ଉଚ୍ଛେଦ ସହିତ ସୈାନ୍ଦର୍ଯ୍ୟକରଣ କରାଯାଉଛି । ରାସ୍ତାକଡରୁ ଜବରଦଖଲ ଉଚ୍ଛେଦ କଲାପରେ ସେ ସ୍ଥାନକୁ ତୁରନ୍ତ ସୈାନ୍ଦର୍ଯ୍ୟକରଣ କରାଯାଉଛି । ସହରକୁ ସୌନ୍ଦର୍ଯ୍ୟକରଣ କରି ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରହିଛି ଲକ୍ଷ୍ୟ ।