ବରଗଡ଼ :ବିଧାୟିକାଙ୍କ ବିରୋଧରେ ମାମଲା ରୁଜୁ । ପଦମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ସହ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପାଇକମାଳ ବିଏଲ୍ସି ରୋହିଣୀ ବରିହାଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି। ପାଇକମାଳ ବ୍ଲକ୍ କାର୍ଯ୍ୟାଳୟରେ ମାରପିଟ୍ ସହ ଗାଳିଗୁଲଜ ଅଭିଯୋଗରେ ପାଇକମାଳ ଥାନାରେ ପଦମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ସହ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ମିସନ ଶକ୍ତି ଭବନରେ ଗତ ୨୧ରେ ଏସ୍ଏଚ୍ଜି ସଦସ୍ୟାଙ୍କୁ ପାଇକମାଳ ବିଏଲ୍ସି ରୋହିଣୀ ତାଲିମ ଦେଉଥିଲେ। ଏତିକି ବେଳେ ବିଡିଓ, ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ବାମୀ ଓ ବିଧାୟିକାଙ୍କ ପିଏସ୍ଓ ଦୁଇଥର ତାଙ୍କୁ ଫୋନ୍ କରିଥିଲେ। ବିଧାୟିକା ଡାକୁଛନ୍ତି ବୋଲି ଏମାନେ ତାଙ୍କୁ କହିଥିଲେ। ତେବେ ବିଏଲ୍ସି ଶିବିର ଛାଡ଼ି ଯାଇ ହେବନାହିଁ ବୋଲି ସେ କହିଥିଲେ। କିଛି ସମୟ ପରେ ବିଧାୟିକାଙ୍କ ପିଏସ୍ଓ ତାଲିମ କେନ୍ଦ୍ରକୁ ଆସି ରୋହିଣୀଙ୍କୁ ବ୍ଲକ୍ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟକୁ ନେଇଥିଲେ। ସେଠାରେ ବିଧାୟିକାଙ୍କ ସହ ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ଅଧିକାରୀ ଉପସ୍ଥିତଥିଲେ। ତାଙ୍କ ଆସିବାରେ ବିଳମ୍ବ ଏବଂ ଶିବିର ଚାଲୁଥିବାରୁ ସେ ଆସିବାକୁ ଅରାଜି ହେବା ଘଟଣାକୁ ନେଇ ତାଙ୍କୁ ମାରପିଟ୍ ଓ ଗାଳିଗୁଲଜ କରାଯାଇଥିବା ରୋହିଣୀ ଏତଲାରେ ଉଲ୍ଲେଖ କରିଛନ୍ତି ।
Trending
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା