ଭୁବନେଶ୍ବର: ଯାହା ଚର୍ଚା ହେଉଥିଲା ତାହା ସତ୍ୟ ହୋଇଛି । ଆଗାମୀ ନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିବା ପରେ ତାଙ୍କ ପୁଅ ସମରେନ୍ଦ୍ର ବିଜେଡି କି କଂଗ୍ରେସରୁ ନିର୍ବାଚନ ଲଢ଼ିବେ ତାକୁ ନେଇ ଚର୍ଚା ଜୋର ଧରିଛି । । ୨୦୨୪ ସାଧାରଣ ନିର୍ବାଚନକୁ ଆଉ କେଇଟା ମାସ ଥିବାବେଳେ ନରସିଂହ ମିଶ୍ର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପୂର୍ବରୁ ଘୋଷଣା କରି ଲୋକଙ୍କ ଆଗରେ ପୁଅକୁ ସମର୍ଥନ କରିବା ପାଇଁ ପରୋକ୍ଷରେ ଏପରି କହିଛନ୍ତି । କଂଗ୍ରେସ ଦଳର ବରିଷ୍ଠ ବିଧାୟକ ନରସିଂହ ମିଶ୍ର କହିଛନ୍ତି ତାଙ୍କ ସାନ ପୁଅ ସମରେନ୍ଦ୍ର ମିଶ୍ର ବଲାଙ୍ଗୀରରୁ ପ୍ରାର୍ଥୀ ହେବେ। ସମରେନ୍ଦ୍ର ପ୍ରାର୍ଥୀ ହେବା ଆପତତଃ ସ୍ଥିର ହୋଇଛି । ତେବେ କଂଗ୍ରେସ ଦଳ ପକ୍ଷରୁ କାହାକୁ ଟିକେଟ ଦେବା ଘୋଷଣା ହୋଇନାହିଁ । ନରସିଂହ ମିଶ୍ରଙ୍କ ପୁଅ ବିଜେଡିକୁ ଯିବେ ବୋଲି ଦୁଇ ବର୍ଷ ହେଲା ବଲାଙ୍ଗୀର ରାଜନୀତିରେ ଚର୍ଚା ହେଉଛି । ସେ ମଧ୍ୟ ଅନେକ ଦିନ ଧରି ରାଜନୀତିରେ ସଂପୃକ୍ତ ରହିଛନ୍ତି । ତେଣୁ ନିର୍ବାଚନ ଲଢ଼ିବା ପାଇଁ ପୁଅ କେଉଁ ଦଳରୁ ପ୍ରାର୍ଥୀ ହେବେ ତାକୁ ନେଇ ଏବେ ଚର୍ଚା ଆରମ୍ଭ ହୋଇଯାଇଛି । ଯଦିଓ ନରସିଂହ ମିଶ୍ର କହିଛନ୍ତି ସମରେନ୍ଦ୍ର ଅନ୍ୟଦଳରୁ ଲଢ଼ିବାର ପ୍ରଶ୍ନ ଉଠୁନାହିଁ ତେବେ ଆଗାମୀ ଦିନରେ ସମରେନ୍ଦ୍ର କେଉଁ ଦଳରୁ ଟିକେଟ ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
Trending
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
Prev Post
Next Post