ଭୁବନେଶ୍ବର: ଯାହା ଚର୍ଚା ହେଉଥିଲା ତାହା ସତ୍ୟ ହୋଇଛି । ଆଗାମୀ ନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିବା ପରେ ତାଙ୍କ ପୁଅ ସମରେନ୍ଦ୍ର ବିଜେଡି କି କଂଗ୍ରେସରୁ ନିର୍ବାଚନ ଲଢ଼ିବେ ତାକୁ ନେଇ ଚର୍ଚା ଜୋର ଧରିଛି । । ୨୦୨୪ ସାଧାରଣ ନିର୍ବାଚନକୁ ଆଉ କେଇଟା ମାସ ଥିବାବେଳେ ନରସିଂହ ମିଶ୍ର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପୂର୍ବରୁ ଘୋଷଣା କରି ଲୋକଙ୍କ ଆଗରେ ପୁଅକୁ ସମର୍ଥନ କରିବା ପାଇଁ ପରୋକ୍ଷରେ ଏପରି କହିଛନ୍ତି । କଂଗ୍ରେସ ଦଳର ବରିଷ୍ଠ ବିଧାୟକ ନରସିଂହ ମିଶ୍ର କହିଛନ୍ତି ତାଙ୍କ ସାନ ପୁଅ ସମରେନ୍ଦ୍ର ମିଶ୍ର ବଲାଙ୍ଗୀରରୁ ପ୍ରାର୍ଥୀ ହେବେ। ସମରେନ୍ଦ୍ର ପ୍ରାର୍ଥୀ ହେବା ଆପତତଃ ସ୍ଥିର ହୋଇଛି । ତେବେ କଂଗ୍ରେସ ଦଳ ପକ୍ଷରୁ କାହାକୁ ଟିକେଟ ଦେବା ଘୋଷଣା ହୋଇନାହିଁ । ନରସିଂହ ମିଶ୍ରଙ୍କ ପୁଅ ବିଜେଡିକୁ ଯିବେ ବୋଲି ଦୁଇ ବର୍ଷ ହେଲା ବଲାଙ୍ଗୀର ରାଜନୀତିରେ ଚର୍ଚା ହେଉଛି । ସେ ମଧ୍ୟ ଅନେକ ଦିନ ଧରି ରାଜନୀତିରେ ସଂପୃକ୍ତ ରହିଛନ୍ତି । ତେଣୁ ନିର୍ବାଚନ ଲଢ଼ିବା ପାଇଁ ପୁଅ କେଉଁ ଦଳରୁ ପ୍ରାର୍ଥୀ ହେବେ ତାକୁ ନେଇ ଏବେ ଚର୍ଚା ଆରମ୍ଭ ହୋଇଯାଇଛି । ଯଦିଓ ନରସିଂହ ମିଶ୍ର କହିଛନ୍ତି ସମରେନ୍ଦ୍ର ଅନ୍ୟଦଳରୁ ଲଢ଼ିବାର ପ୍ରଶ୍ନ ଉଠୁନାହିଁ ତେବେ ଆଗାମୀ ଦିନରେ ସମରେନ୍ଦ୍ର କେଉଁ ଦଳରୁ ଟିକେଟ ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
Trending
- ରାଜ୍ୟ କ୍ୟାବିନେଟ ବୈଠକ – ୪ଟି ବିଭାଗର ୫ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ
- ବିହାରରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତେ ଚେଷ୍ଟା ଚଳାଇଛି ବିଜେପି , ଦିନକରେ ତିିନି ସ୍ଥାନରେ ଅମିତ ଶାହଙ୍କ ପ୍ରଚାର
- ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର – ସୁରେଶ ପୂଜାରୀ
- ଓଡ଼ିଶାର ସର୍ବବୃହତ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- “ଯେତେବେଳେ ମୋବାଇଲ୍ ଫୋନ୍ ଥାଏ, ବିହାରକୁ ଲଣ୍ଠନର ଆବଶ୍ୟକତା ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ
- ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ
- ନୂଆପଡା ଲଢେଇରେ କେଉଁ ପ୍ରାର୍ଥୀ ଆଗରେ ?
- ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି
- ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି
- ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
Prev Post
Next Post