ଟୁଟୁ ନାୟକଙ୍କ ଜାମିନ ଆବେଦନ ଉପରେ ନଭେମ୍ବର ୮ରେ ଶୁଣାଣି

ଭୁବନେଶ୍ବର: ଟୁଟୁ ନାୟକଙ୍କ ଜାମିନ ଆବେଦନ ଉପରେ ନଭେମ୍ବର ୮ରେ ଶୁଣାଣି ହେବ  । ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇ ବିଚାରବିଭାଗୀୟ ହାଜତରେ ଥିବା ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନ ତାରିଖ ଘୁଞ୍ଚିଛି ।  ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ମାଡ଼ ମାରିବା ଅଭିଯୋଗରେ ଶନିବାର ଦିନ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରିଥିଲା ଖାରବେଳନଗର ଥାନା ପୋଲିସ। ଏହା ପରେ ଟୁଟୁ ନାୟକଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଯାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୫୪, ୩୪୧, ୩୨୩ ଓ ୨୯୪ ଲାଗିଛି। ଆଜି ଟୁଟୁ ନାୟକଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବାରଥିଲା। କିନ୍ତୁ ନଭେମ୍ବର ୮ ତାରିଖକୁ ଶୁଣାଣି ଘୁଞ୍ଚାଇ ଦିଆଯାଇଛି।