ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ସରକାରଙ୍କୁ ପ୍ରଶ୍ନ କଲେ ବିରୋଧୀ

ପ୍ରଶ୍ନକାଳରେ ଉଠିଲା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ । ମାଟ୍ରିକ ପରୀକ୍ଷା ସରିଥିଲେ ମଧ୍ୟ ଏଥର ଯେଭଁଭଳି ପ୍ରଶ୍ନ ପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି ତାକୁ ନେଇ ଗାଁ ଠୁ ସହର ଚର୍ଚା ଚାଲିଛି । ଏହାକୁ ନେଇ  ବିଧାନସଭାରେ ମଧ୍ୟ ଉଠିଲା ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ । ଗୃହ ଆରମ୍ଭରୁ ଏହି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ । ପିଲାଙ୍କ ଭବିଷ୍ୟତ ସହ କିଏ ଖେଳୁଛି ବୋଲି କହି ନାରାବାଜି କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପିର ସଦସ୍ୟ । ମାଟ୍ରିକ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ଜୀବନ ସହ କାହିଁକି ଖେଳାଯାଉଛି ବୋଲି ବିଧାୟକମାନେ ପ୍ରଶ୍ନ କରିଛନ୍ତି । ବିଧାୟକମାନେ ଏହି ପ୍ରସଂଗକୁ ନେଇ ହୋ-ହଲ୍ଲା କରିବା ସହ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ ବିରୋଧୀ ଦଳ ସଦସ୍ୟ ।ଏପରିକି ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ । ଏପରିକି ଏହି ପ୍ରସଙ୍ଗକୁ ନେଇ  ଗୃହ ନ ଚାଲିବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଥିଲେ ବାଚସ୍ପତି ।