କେନ୍ଦ୍ର ଉପରେ ବର୍ଷିଲେ କେଜରିଓ୍ବାଲ

ନୂଆଦିଲ୍ଲୀ: ପୋଷ୍ଟିଂ ଏବଂ ଟ୍ରାନସଫରକୁ ନେଇ କେନ୍ଦ୍ର ସରକାର ଏବଂ କେଜରିଓ୍ବାଲଙ୍କ ମଧ୍ୟରେ କଥା କଟାକଟି ଚାଲିଛି ।  କେନ୍ଦ୍ର ସରକାରଙ୍କ ଦିଲ୍ଲୀ ଅଧ୍ୟା‌ଦେଶ ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବାପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜୋରସୋରରେ  ଉଦ୍ୟମ ଜାରି ରଖିଛନ୍ତି। କେଜ୍ରିୱାଲ  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଅଧ୍ୟାଦେଶ ବିରୋଧରେ ଲଢ଼େଇ ପାଇଁ ତାଙ୍କ  ସମର୍ଥନ ‌ଲୋଡ଼ିଛନ୍ତି। ‌କେଜ୍ରିୱାଲ କହିଛନ୍ତି, ମୋ ସରକାର ଗଠନ ହେବା ପରେପରେ ସରକାର ଆମଠାରୁ ସମସ୍ତ କ୍ଷମତା ନେଇଗଲେ। ଆମେ ୮ ବର୍ଷ ଧରି ଲଢ଼ିଲୁ ଏବଂ ଶେଷରେ ଆମେ ସୁପ୍ରିମକୋର୍ଟରେ ବିଜୟୀ ହେଲୁ। କିନ୍ତୁ ଏବେ ସେମାନେ ଅଧ୍ୟାଦେଶ ଆଣୁଛନ୍ତି।