ନାଗ-ଚାନ୍ଦ ଦମ୍ପତିଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ବହୁଚର୍ଚ୍ଚିତ ଅଚ୍ଚର୍ନା ନାଗଙ୍କ ସଂପତ୍ତି ଏବେ ଇଡି ବାଜ୍ୟାପ୍ତି କରିବ ।  ଇଡି ଅର୍ଚ୍ଚନା ନାଗ, ଜଗବନ୍ଧୁ ଓ ତାଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରିବା ପ୍ରକ୍ରିୟା ଆରମ୍ଭ କରିଥିବା ନେଇ ସୂଚନା ମିଳିଛି। ଏନେଇ ଇଡି ୩ ଜଣଙ୍କୁ ନୋଟିସ୍ କରିବା ପରେ ଏହି ଚର୍ଚା ଜୋର ଧରିଛି। ନୋଟିସରେ ଇଡି ପଚାରିଛି ଏତେ ଗୁଡ଼ିଏ ସମ୍ପତ୍ତି ତୁମେମାନେ ଏତେ କମ ଦିନରେ କେମିତି ଅର୍ଜନ କଲ, ତାର ଉତ୍ତର ରଖ। ଏହା ସତ ଯେ ଏହି ସଂପତ୍ତିର ଆୟ କେଉଁ ସୂତ୍ରରୁ ହୋଇଛି ତାହା କହିବା ମୁସ୍କିଲ ହେବ । ଏହା ପରେ ସମ୍ପତ୍ତି ବାଜ୍ୟାପ୍ତି ହେବାର ଯଥେଷ୍ଟ ସଂଭାବନା ରହିଛି ।