ଏମ୍ସ ରୋଗୀଙ୍କୁ ଆଉଟ ଡୋର ଟିକେଟ ପାଇଁ ଆଉ ଦେବାକୁ ପଡିବ ନାହିଁ ଟଙ୍କା
ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ ସଂସ୍ଥା ବା ଏମ୍ସରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଆସିଲା ବଡ ଖବର । ଏବେ ଏମ୍ସକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଆଉଟ ଡୋର ଟିକେଟ ପାଇଁ ଆଉ ଦେବାକୁ ପଡିବ ନାହିଁ ଟଙ୍କା । ଏହାସହ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଯଦି ସ୍ଲଟ ନମିଳେ ତେବେ ତାଙ୍କ ପାଇଁ ଏକ ଭୋଟିଂ ଏରିଆର ବ୍ୟବସ୍ଥା କରାଯିବ । ଏଠାରେ ଅପେକ୍ଷା କରିଥିବା ସମସ୍ତ ରୋଗୀଙ୍କୁ ଟୋକନ ମିଳିବ । ଏହି ଟୋକନ ଉପରେ ଲଟେରୀ କରାଯିବ । ଯାହାର ନମ୍ବର ଲଟେରୀ ଲାଗିବ ସେ ହିଁ ସ୍ଲଟ ପାଇବ । ଏହି କ୍ଷେତ୍ରରେ ଦିବ୍ୟାଙ୍ଗ, ଗର୍ଭବତୀ, ବୟସ୍କ ଲୋକଙ୍କୁ ପ୍ରାଥମିକତା ଦିଆଯିବ ।