ରାଜଗାଙ୍ଗପୁର ଓଭରବ୍ରିଜ ନିର୍ମାଣ ପ୍ରକିୟା ଆରମ୍ଭ

ସୁନ୍ଦରଗଡ଼: 5T ସଚିବଙ୍କ ଗସ୍ତ ପରେ ତ୍ବରାନ୍ବିତ ହେଲା ସୁନ୍ଦରଗଡ଼ ରାଜଗାଙ୍ଗପୁର ଓଭରବ୍ରିଜ ନିର୍ମାଣ ପ୍ରକିୟା । ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜଗାଙ୍ଗପୁର ଲେବଲ କ୍ରସିଂଠାରେ ହେଉଥିବା ଓଭର ବ୍ରିଜ୍ ନିର୍ମାଣ ପ୍ରକିୟା ତ୍ୱରାନ୍ୱିତ ହୋଇଛି । ସୋନାଖାନ ଓ କାଁସବାହାଲ ମଧ୍ୟରେ ଥିବା ଏହି ପ୍ରକଳ୍ପ ୨୦୧୮ ମସିହାରେ ଆରମ୍ଭ ହୋଇଥି ଲା । ମାତ୍ର ଜମି ଅଧିଗ୍ରହଣ ଜନିତ ସମସ୍ୟା ଥିବାରୁ ୨୦୨୨ରେ ଏହାର ଟେଣ୍ଡର ବାତିଲ କରାଯାଇଥିଲା ।