Odisha ଆଜିଠୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ ମହାପ୍ରଭୁ, ସଂଧ୍ୟାରେ ହେବ ବନକଲାଗି Last updated Jun 23, 2023 ପୁରୀ: ଆଡପ ବିଜେ ପରେ ଏବେ ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ବାହାରିବ ଆଡ଼ପ ଅବଢା । ଭକ୍ତମାନେ ଆଡ଼ପ ଦର୍ଶନ ସହ ଆଡ଼ପ ଅବଢ଼ା ପାଇବାର ସୌଭାଗ୍ୟ ଅର୍ଜିବେ। ସେପଟେ ଆଜି ସଂଧ୍ୟା 7ଟାରେ ହେବ ବନକ ଲାଗି ନୀତି । ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ସଂଧ୍ୟାରେ ହେଉଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ବିତୀୟ ଭୋଗ ମଣ୍ଡପ ପରେ ଏହି ଗୁପ୍ତ ନୀତି ସଂଧ୍ୟାରେ ଅନୁଷ୍ଠିତ ହେବ । ତିନି ଘଣ୍ଟାରୁ ଚାରି ଘଣ୍ଟା ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଏହି ସମୟରେ ଦର୍ଶନ କରିପାରିବେ ନାହିଁ । କଳା, ଧଳା, ନାଲି, ହଳଦିଆ, ହରିତାଳ ପ୍ରିୟଙ୍ଗୁ, କସ୍ତୁରୀରେ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ଆଡ଼ପ ମଣ୍ଡପରେ ଦର୍ଶନର ବିଶେଷ ମହତ୍ତ୍ୱ ରହିଛି । ନିର୍ଘଣ୍ଟ ନୀତି ଅନୁଯାୟୀ, ସକାଳ ୫ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। Share