ଋତୁସ୍ରାବ ହେଲେ ଏଣିକି ମହିଳାଙ୍କୁ ଦିନେ ଛୁଟି ମିଳିବ

ମହିଳାଙ୍କ ପାଇଁ ଆଶ୍ୱସ୍ତିକର ଖବର। ପିରିୟଡ ପାଇଁ ଗୋଟିଏ ଦିନ ଛୁଟି ପାଇବେ ମହିଳା। ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରଥମ ୧୦୦ ଦିନିଆ କାର୍ଯ୍ୟ ଭିତରେ ଏପରି ଏକ ବଡ଼ ନିଷ୍ପତି ନିଆଯାଇଛି। ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଋତୁସ୍ରାବ ସମୟରେ ଛୁଟି ଦେବା ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା। ପୂର୍ବରୁ ବିହାର ଓ କେରଳ ସରକାର ଋତୁସ୍ରାବ ପାଇଁ ମହିଳା କର୍ମଚାରୀଙ୍କୁ ଛୁଟି ଦେଉଛନ୍ତି।

ସ୍ୱାଧୀନତା ଦିବସରେ ମହିଳାଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଋତୁସ୍ରାବ ହେଲେ ଏଣିକି ମହିଳାଙ୍କୁ ଦିନେ ଛୁଟି ମିଳିବ । ସାରା ରାଜ୍ୟରେ ଏହି ନିୟମ ଲାଗୁ ହେବ । କଟକରେ ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଋତୁସ୍ରାବ ପାଇଁ ଆଗକୁ ଜମା ଛୁଟି ନଥିଲା । ଏବେ କିନ୍ତୁ ଛୁଟି ମିଳିବ । ଋତୁସ୍ରାବ ପୀଡା କଷ୍ଟ ଦୂର ପାଇଁ ଏହି ନିଷ୍ପତ୍ତି ହୋଇଛି ।