ବିଜେପି କରିବ ମହା ଜନସମ୍ପର୍କ ଅଭିଯାନ

ନରେନ୍ଦ୍ର ମୋଦୀଙ୍କ ସରକାର ଗଠନର ୯ ବର୍ଷ ପୂର୍ତ୍ତି ଆବସରରେ ବିଜେପି ମାସେବ୍ୟାପୀ ମହା ଜନସମ୍ପର୍କ ଅଭିଯାନ କରିବ । ଏହି କ୍ରମରେ ଓଡ଼ିଶାରେ ୧ କୋଟି ପରିବାରଙ୍କ ପାଖରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରହିଛି । ଓଡ଼ିଶାରେ ୩୭ ହାଜର ୬୦୬ ବୁଥ ପର୍ଯ୍ୟନ୍ତ ପହଞ୍ଚିବ ବିଜେପି । ୯ ବର୍ଷର ସଫଳତା ବିଷୟରେ ଲୋକଙ୍କୁ ଅବଗତ କରିବ ଦଳ । କାର୍ଯ୍ୟକର୍ତ୍ତାମାନେ ଲୋକଙ୍କୁ ଲିଫଲେଟ ଦେବେ ଏବଂ ଆଲୋଚନା କରିବେ । ରାଜ୍ୟରେ ପ୍ରାୟ ୫ ଲକ୍ଷ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟରେ ଲାଗିବେ । ୩୧ ମେ’ ରୁ ୩୦ ଜୁନ ପର୍ଯ୍ୟନ୍ତ ହେବ ମହା ଜନସମ୍ପର୍କ ଅଭିଯାନ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଆହ୍ଵାନ କ୍ରମେ ମାସେବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ହେବ । ମୋଦୀ ସରକାରଙ୍କର ୯ ବର୍ଷ ପୂର୍ତ୍ତି ଅବସରରେ ସଫଳତା ବାବଦରେ ଦେଶର କୋଣ ଅନୁକୋଣରେ ପହଞ୍ଚିବ ଦଳ ।ମୋଦୀଙ୍କ ଶାସନ ସମୟର ନିରନ୍ତର ବିକାଶ କାର୍ଯ୍ୟ ବିଷୟରେ ଲୋକଙ୍କୁ ଅବଗତ କରିବେ କର୍ମକର୍ତ୍ତା । ରାଜସ୍ଥାନର ଅଜମେରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନ ସଂପର୍କ ଅଭିଯାନ ଆରମ୍ଭ କରିବେ । ସବୁ ବର୍ଗର ଲୋକଙ୍କ ପାଖକୁ ଯିବେ ବିଜେପି ।