5T ସଚିବଙ୍କ ଅଚାନକ ଗଜପତି ଗସ୍ତ

ଗଜପତି: 5T ସଚିବ ଭି.କେ. ପାଣ୍ଡିଆନଙ୍କ ଅଚାନକ ଗଜପତି ଗସ୍ତ । ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ରୋଗୀଙ୍କ ସହ ଆଲୋଚନା କରିଥିଲେ । ଡାକ୍ତରଖାନା ପକ୍ଷରୁ ଦିଆଯାଉଥିବା ସୁବିଧା ଓ ରୋଗୀସେବା କିପରି ଚାଲିଛି ସେନେଇ ଉଭୟ ରୋଗୀ ଓ ଡାକ୍ତରଙ୍କୁ ପଚାରି ବୁଝିଥିଲେ । ଡାକ୍ତରଖାନାର ବିଭିନ୍ନ ଓ୍ବାର୍ଡ ବୁଲିବା ସହ ପରିମଳ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ଡାକ୍ତରଖାନା ପରିସରକୁ ଅଧିକ ସଫା ସୁତରା ରଖିବାକୁ ସିଡିଏମଓଙ୍କୁ ପରାମର୍ଶ ଦେଇଥିଲେ 5T ସଚିବ । ଏହାପରେ ଆଦର୍ଶ ଥାନାକୁ ଯାଇ ଷ୍ଟେସନ ଡାଇରୀ ଦେଖିଥିଲେ ।