ଜଗତସିଂହପୁର ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ

ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ପ୍ରଥମ ଦିନର ଗସ୍ତରେ ସେ ପ୍ରଥମେ ବାଲିକୁଦା ବ୍ଲକ୍‌ ଶିଆଳିରେ ପହଞ୍ଚିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍‌ । ଶିଆଳି ବେଳାଭୂମି ସୁରକ୍ଷା ଅନୁଧ୍ୟାନ ପରେ ସଭାସ୍ଥଳକୁ ଯାଇଥିଲେ । ପାଞ୍ଚ ହଜାରରୁ ଅଧିକ ଲୋକ 5T ସଚିବ ଭିକେ ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲେ । ମିଶନ ଶକ୍ତି ମାଆ ଓ ସ୍ଥାନୀୟ ଲୋକ ଫୁଲ ଓ ହୁଳହୁଳି ପକାଇ ସ୍ବାଗତ କରିଥିଲେ । 5T ସଚିବ ସମସ୍ତଙ୍କ ପାଖକୁ ଯାଇ ଅଭିବାଦନ ଗ୍ରହଣ କରିଥିଲେ । ଲୋକଙ୍କଠୁ ମିଳିଥିବା ଅଭିଯୋଗର ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ ।ମନ୍ଦିର, ମସଜିଦ୍, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ଉନ୍ନତି ନେଇ ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଭଲ ଖବର ଦେବେ ବୋଲି 5T ସଚିବ କହିଛନ୍ତି । ଚାଷୀ ଓ ଚାଷକୁ ସରକାର ଗୁରୁତ୍ବ ଦେଉଥିବାରୁ ସେ ସମସ୍ୟାର ସମାଧାନ ହେବ ବୋଲି ଭିକେ ପାଣ୍ଡିଆନ୍‌ କହିଛନ୍ତି ।