ରାୟଗଡାରେ 5T ସଚିବ ଭିକେ ପାଣ୍ଡିଆନ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର କଲେ ସମୀକ୍ଷା

ରାୟଗଡ଼ା: ରାୟଗଡାରେ 5T ସଚିବ ଭିକେ ପାଣ୍ଡିଆନ ବିଭିିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିସିଡି ଖେଳ ପଡ଼ିଆରେ ପହଞ୍ଚିବା ପରେ ଫାଇଭ-ଟି ସଚିବ ସେଠାରୁ ବିଜୁ ପଟ୍ଟନାୟକ ଅଡିଟୋରିୟମ ଯାଇ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଜିଲ୍ଲାର ବିକାଶ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି । ପରେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ ପରିସରକୁ ଯାଇ ଆମ ହସପିଟାଲ ଯୋଜନାରେ ରୂପାନ୍ତରଣ କାମର ଅନୁଧ୍ୟାନ କରିଛନ୍ତି ଫାଇଭ-ଟି ସଚିବ । ବିକାଶ କାମର ଅଗ୍ରଗତି ସହିତ ଚିକିତ୍ସା ସମ୍ପର୍କରେ ରୋଗୀଙ୍କ ସହିତ ଆଲୋଚନା କରିଛନ୍ତି ।ସେଠାରେ ଏସଏଚଜି ମାଆମାନଙ୍କ ସହିତ ଆଲୋଚନା କରିଛନ୍ତି 5T ସଚିବ ।