ନୟାଗଡ଼ର ଆରାଧ୍ୟ ଦେବୀ ମାଆ ମଣିନାଗଙ୍କ ପୀଠର ରୂପାନ୍ତରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ

ନୟାଗଡ଼: ନୟାଗଡ଼ର ନବକଳେବର ପାଇଁ ନକ୍ସା ଅଙ୍କନ । ଚମକିବ ମାଆ ମଣିନାଗଙ୍କ ମନ୍ଦିର । ନୟାଗଡ଼ ଜିଲ୍ଲା ରଣପୁରର ଆରାଧ୍ୟ ଦେବୀ ମାଆ ମଣିନାଗଙ୍କ ପୀଠର ରୂପାନ୍ତରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଗଞ୍ଜାମର ମାଆ ତାରାତାରିଣୀଙ୍କର ମନ୍ଦିରର ରୂପାନ୍ତରଣ ଭଳି ଏହାର ଉନ୍ନତିକରଣ କରାଯିବ। ନୟାଗଡ଼ ଜିଲ୍ଲାକୁ ରୂପାନ୍ତରଣ ଫର୍ଦ୍ଦରେ ଯୋଡ଼ିବାକୁ ଗ୍ରାଉଣ୍ଡରେ ପହଞ୍ଚିଛନ୍ତି 5T ସଚିବ । ବିକାଶ ରାସ୍ତାରେ ବାଧାଦେଇପାରିନି ପ୍ରତିକୂଳ ପାଗ । ରେନକୋଟ୍ ପିନ୍ଧି ଲୋକଙ୍କ ପାଖରେ ପହଞ୍ଚିଥିଲେ 5T ସଚିବ। ପ୍ରଥମେ ରଣପୁରର ତଳ ମଣିନାଗ ମନ୍ଦିର ପରିଦର୍ଶନ କରି ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିର ବୁଲି ଦେଖିବା ସହିତ ଏହାର ନବକଳେବର ପାଇଁ ଆଲୋଚନା କରିଛନ୍ତି ।‌ ରୂପାନ୍ତରଣ ପାଇଁ ମାଷ୍ଟରପ୍ଲାନ୍ ଦେଖିବା ସହ ପୂଜକ, ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକଙ୍କ ସହିତ ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ ।