ଶ୍ରୀମନ୍ଦିର ପ୍ରକଳ୍ପ କାମର ପ୍ରଶଂସା କଲେ ଭଦ୍ରକରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ
ଭଦ୍ରକ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି 5T ଅଧ୍ୟକ୍ଷ। ଭଦ୍ରକର ବିଭିନ୍ନ ସ୍ଥାନରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଅସୁରାଳିରେ ମଧ୍ୟ ସମୀକ୍ଷା କରିଥିଲେ। ଏହି ସମୟରେ ସେ ଜନସାଧାରଣଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ । ଏକ ସଭାରେ ଜନତାଙ୍କୁ ସମ୍ବୋଧନ କରିବା ସହି ବିରୋଧୀଙ୍କ ଉପରେ ବର୍ଷିଛନ୍ତି 5T ଅଧ୍ୟକ୍ଷ। ସେ କହିଛନ୍ତି ଯେ, ଓଡ଼ିଶାରେ ସବୁ କ୍ଷେତ୍ରରେ ଚାଲିଛି ରୂପାନ୍ତରଣ।ଶ୍ରୀମନ୍ଦିର ସମେତ ପ୍ରତ୍ୟେକ ପଞ୍ଚାୟତର ମନ୍ଦିର ଗୁଡିକର ରୂପାନ୍ତରିକରଣ କାର୍ଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ମୋଟା ଅଙ୍କର ଅର୍ଥ ମଧ୍ୟ ମଞ୍ଜୁର କରାଯାଇଛି। ଏସବୁ ଦେଖିକି କିଛି ଲୋକଙ୍କ ନିଦ ଭାଙ୍ଗି ଯାଇଛି । ସରକାର ଏତେ ଶୀଘ୍ର କେମିତି ରାଜ୍ୟରେ ଥିବା ମନ୍ଦିର ଗୁଡିକର ଉନ୍ନତିକରଣ କରିପାରୁଛନ୍ତି, ସେସବୁ ଭାବି ଭାବି କିଛି ଲୋକ ଠିକ୍ ସେ ଶୋଇପାରୁନଥିବେ। ଆରଡି ଆଖଣ୍ଡଳମଣି ପୀଠରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବାବାଙ୍କୁ ଦର୍ଶନ କରି ଆଶିଷ ନେବା ସହ ଉନ୍ନତିମୂଳକ କାର୍ଯ୍ୟରେ ସମୀକ୍ଷା କରିଛନ୍ତି। ଖୁବଶୀଘ୍ର ବଦଳିବ ବାବା ଆଖଣ୍ଡଳମଣି ପୀଠର ରୂପରେଖ। ଆରଡି ପୀଠରେ ପ୍ରଥମେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ। ପରେ ମାଷ୍ଟର ପ୍ଲାନକୁ ଦେଖିବା ସହ ସେବାୟତଙ୍କ ସହ ଆଲୋଚନା କରିଥିଲେ।ୟ
ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ପରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ 5T ଅଧ୍ୟକ୍ଷ। ଲୋକଙ୍କ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଯେଉଁ ସବୁ ଅଭିଯୋଗ ଅଛି ତାହା ଖୁବଶୀଘ୍ର ପୂରଣ କରାଯିବ ବୋଲି କହିଛନ୍ତି 5T ଅଧ୍ୟକ୍ଷ ।