କଟକ ଭୁବନେଶ୍ବରରେ ଆସନ୍ତାକାଲିଠୁ ୫ଜି ସେବା ଆରମ୍ଭ

ଭୁବନେଶ୍ବର: ବହୁ ପ୍ରତିକ୍ଷିତ 5ଜି ସେବା ଓଡ଼ିଶାରେ  ଆସନ୍ତାକାଲିଠୁ ଆରମ୍ଭ ହେବ । ରେଳମନ୍ତ୍ରୀ କହିଥିଲେ ଜାନୁଆରୀ ୨୬ ପୂର୍ବରୁ ରାଜ୍ୟରେ ଫାଇଭ୍ ଜି ସେବା ଆରମ୍ଭ ହେବ ବୋଲି । ତାହା ସତ ହୋଇଛି । ତିନି ସପ୍ତାହ ପୂର୍ବରୁ ଓଡ଼ିଶାବାସୀ 5ଜି ସେବାର ଅନୁଭୂତି ପାଇବେ ।  ଓଡ଼ିଶାରେ ଆରମ୍ଭ ହେବ ଫାଇଭ୍ ଜି ସେବା । ଭୁବନେଶ୍ୱର, କଟକ ସମେତ ଅନ୍ୟ କେତେକ ସ୍ଥାନରେ ଏହି ସେବା ଆରମ୍ଭ ହେବାକୁ ଯାଉଛି । ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ଏହି ସେବା ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସେବାର ଲୋକାର୍ପଣ କରିବେ ବୋଲି ଜଣାପଡ଼ିଛି ।