ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା । ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୪୮.୪୪ ପ୍ରତିଶତ ଭୋଟିଂ ହୋଇଛି । ତା ସହିତ ରାଜ୍ୟରେ ସୁରୁଖରରେ ନିର୍ବାଚନ ଚାଲିଛି । ଅପରାହ୍ନରେ ଆହୁରି ମତଦାନ ସଂଖ୍ୟା ବଢିପାରେ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ । ତେବେ ଅପରାହ୍ନ ୬ଟା ଭିତରେ ଭୋଟରଙ୍କୁ ଭୋଟ ପାଇଁ ସୁଯୋଗ ମିଳିବ ବୋଲି କୁହାଯାଇଛି । ଅନ୍ୟପଟେ କୌଣସି ଜାଗାରେ ବଡ଼ ବିଶୃଙ୍ଖଳା ହୋଇନି । ସବୁ ବୁଥରେ ପୋଲିସ ଅଧିକାରୀ ନିୟୋଜିତ ହୋଇଛି । ଏଯାବତ କୌଣସି ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିନି । ଆଜି କୁଚିଣ୍ଡା ଓ ରେଢାଖୋଲରେ ଅପରାହ୍ନରେ ୪ଟା ପର୍ଯ୍ୟନ୍ତ ନିର୍ବାଚନ ଜାରି ରହିବ । ସେହିଭଳି ଦେବଗଡରେ ୫ ଟାରେ ସରିବ ଭୋଟିଂ । ରାଜ୍ୟର ଅନ୍ୟାନ୍ୟ ଜାଗାରେ ସ୍ଵାଭାବିକ ଭାବେ ୬ଟା ପର୍ଯ୍ୟନ୍ତ ଭୋଟିଂ ହେବ । ଆଜି ଛେଣ୍ଡିପଦା ୮୪ ନମ୍ୱର୍ ବୁଥରୁ ଯେଉଁ ସବୁ ଅପ୍ରୀତିକର ସ୍ଥିତିର ଭିଡିଓ ଆସିଛି ତାହାକୁ ତଦାରଖ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଘଟଣା ସ୍ଥଳକୁ ତଦାରଖ ପାଇଁ ମୋବାଇଲ ପାଟ୍ରୋଲିଂ ଟିମ ପଠାଯାଇଛି । ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯିବ ବୋଲି କହିଛନ୍ତି ଆଇନ୍ ଶୃଙ୍ଖଳା ଅତିରିକ୍ତ ଡିଜିପି ସଞ୍ଜୟ କୁମାର ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ