ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା । ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୪୮.୪୪ ପ୍ରତିଶତ ଭୋଟିଂ ହୋଇଛି । ତା ସହିତ ରାଜ୍ୟରେ ସୁରୁଖରରେ ନିର୍ବାଚନ ଚାଲିଛି । ଅପରାହ୍ନରେ ଆହୁରି ମତଦାନ ସଂଖ୍ୟା ବଢିପାରେ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ । ତେବେ ଅପରାହ୍ନ ୬ଟା ଭିତରେ ଭୋଟରଙ୍କୁ ଭୋଟ ପାଇଁ ସୁଯୋଗ ମିଳିବ ବୋଲି କୁହାଯାଇଛି । ଅନ୍ୟପଟେ କୌଣସି ଜାଗାରେ ବଡ଼ ବିଶୃଙ୍ଖଳା ହୋଇନି । ସବୁ ବୁଥରେ ପୋଲିସ ଅଧିକାରୀ ନିୟୋଜିତ ହୋଇଛି । ଏଯାବତ କୌଣସି ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିନି । ଆଜି କୁଚିଣ୍ଡା ଓ ରେଢାଖୋଲରେ ଅପରାହ୍ନରେ ୪ଟା ପର୍ଯ୍ୟନ୍ତ ନିର୍ବାଚନ ଜାରି ରହିବ । ସେହିଭଳି ଦେବଗଡରେ ୫ ଟାରେ ସରିବ ଭୋଟିଂ । ରାଜ୍ୟର ଅନ୍ୟାନ୍ୟ ଜାଗାରେ ସ୍ଵାଭାବିକ ଭାବେ ୬ଟା ପର୍ଯ୍ୟନ୍ତ ଭୋଟିଂ ହେବ । ଆଜି ଛେଣ୍ଡିପଦା ୮୪ ନମ୍ୱର୍ ବୁଥରୁ ଯେଉଁ ସବୁ ଅପ୍ରୀତିକର ସ୍ଥିତିର ଭିଡିଓ ଆସିଛି ତାହାକୁ ତଦାରଖ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଘଟଣା ସ୍ଥଳକୁ ତଦାରଖ ପାଇଁ ମୋବାଇଲ ପାଟ୍ରୋଲିଂ ଟିମ ପଠାଯାଇଛି । ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯିବ ବୋଲି କହିଛନ୍ତି ଆଇନ୍ ଶୃଙ୍ଖଳା ଅତିରିକ୍ତ ଡିଜିପି ସଞ୍ଜୟ କୁମାର ।
Trending
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ