ଆମ୍ବ ଟାକୁଆ ଖାଇ ଚାଲିଗଲା ଦୁଇ ମହିଳାଙ୍କ ଜୀବନ
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଏହାଛଡ଼ା ୬ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ (ଏମକେସିଜି)ରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି। ମୃତକ ଦୁଇଜଣ ହେଲେ ମାଣ୍ଡିପଙ୍କା ଗ୍ରାମର ରୁନି ମାଝୀ (୩୦), ରନିତା ପାଟମାଝୀ(୨୮)। ୬ ଗୁରୁତର ପ୍ରଭାତୀ ମାଝୀ( ୩୨), ସୁସନା ମାଝୀ( ୩୫), ଜିତା ମାଝୀ (୩୦), ଦ୍ରେଙ୍ଗାଲୁ ପାଟ ମାଝୀ (୫୫), ଜୀବନ୍ତ ପାଟମାଝୀ( ୩୦)ଓ ଟୁନି ମାଝୀ(୪୫) ବୋଲି ଜଣା ପଡ଼ିଛି । ଗତ ୩୦ତାରିଖ ଦିନ ଆମ୍ବ ଟାକୁଆରେ ପ୍ରସ୍ତୁତ ଖାଦ୍ୟ ଖାଇଥିଲେ। ଗତକାଲି ରୁନି ମାଝୀ (୩୦)ଗୁରୁତର ଅସୁସ୍ଥତା ହୋଇ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲା। ଡାକ୍ତର ଗୁରୁତର ଅବସ୍ଥା ଥିବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ରେଫର କରିଥିଲେ। ରାସ୍ତାରେ ତାର ମୃତ୍ୟୁ ହୋଇଥିଲା ।