ଦିନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ
ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନରେ ଚାଲିଛି ମତଦାନ । ଦିନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ ହୋଇଛି । ଏଗାରଟା ସୁଦ୍ଧା ଝାରସୁଗୁଡ଼ାରେ ୨୦.୩୮ ପ୍ରତିଶତ ମତଦାନ ହୋଇଥିଲା। ଝାରସୁଗୁଡ଼ାରେ ଶାନ୍ତିଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଚାଲିଛି । ବୁଥରେ ସକାଳ ୭ ଟାରେ ପୁଲିଙ୍ଗ ଆରମ୍ବ ହୋଇଛି। ତାତିରୁ ରକ୍ଷା ପାଇବା ପାଇଁ ସମସ୍ତ ବୁଥରେ ପାନୀୟ ଜଳ ସହ ଜଳ ସିଞ୍ଚନ କରାଯାଉଛି। ଆଜି ଝାରସୁଗୁଡ଼ାରେ ତାତି ବଢ଼ିଛି । ପ୍ରବଳ ଖରାରେ ମଧ୍ୟ ଭୋଟରମାନଙ୍କୁ ଫୁଲ ଚନ୍ଦନ ଦେଇ ଟିକା ଲଗାଇ ମତଦାନ କେନ୍ଦ୍ରକୁ ସ୍ବାଗତ କରାଯାଉଛି। ଅନେକ ନୂଆ ଭୋଟର ଆସିଥିବାବେଳେ ସେମାନେ ମତଦାନ କରିବା ନେଇ ଖୁସି ଥିବା ପରିଲକ୍ଷିତ ହେଉଛି।
ଆଜି ମୁଁ ମୋର ମତଦାନ କଲି ।
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ସମସ୍ତ ଗୁରୁଜନ, ମାଆ ଭଉଣୀ ଓ ଯୁବ ବନ୍ଧୁମାନେ ଭୋଟ୍ ଦିଅନ୍ତୁ । ଝାରସୁଗୁଡାରେ ଶାନ୍ତି ଓ ସୁଶାସନ ପାଇଁ ମତଦାନ ଦେବାକୁ ନିବେଦନ । pic.twitter.com/TEJQDgfjVw
— Tankadhar Tripathy 🇮🇳 (@tankadharbjp) May 10, 2023
ବିଜେଡିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେ ଭୋଟ ଦେଇ ନିଜ ନିଜର ବିଜୟ ନେଇ ଆଶାବାଦୀ ଅଛନ୍ତି ।
ଝାରସୁଗୁଡାର ବିକାଶ ପାଇଁ ମତଦାନ କଲି। ସମସ୍ତଙ୍କୁ ଅନୁରୋଧ, ନିଜର ମତାଧିକାର ସାବ୍ୟସ୍ତ କରନ୍ତୁ। pic.twitter.com/nUZkShX6rF
— Deepali Das (@deepalidas95) May 10, 2023