ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୩୩ଟି ଉଦ୍ୟୋଗ ଓ ନିଗମଗୁଡ଼ିକ ମଧ୍ୟରୁ ୧୦ଟି ସଂସ୍ଥା ଉପରେ ୨୦୨୦ ମାର୍ଚ୍ଚ ସୁଦ୍ଧା ୧୩,୧୮୨.୫୭ କୋଟି ଟଙ୍କାର ଦୀର୍ଘକାଳୀନ ଋଣ ରହିଛି। ସେହି ଋଣ ମଧ୍ୟରୁ ରାଜ୍ୟ ସରକାରଙ୍କ କରଜ ୧୨୭୭.୨୯ କୋଟି ଟଙ୍କା ଥିଲା। କୋଣାର୍କ ଝୋଟ ଲିମିଟେଡ୍କୁ ୧୨.୧୩ କୋଟି ଟଙ୍କା ଋଣ ଦିଆଯାଇଥିଲା ବୋଲି ସିଏଜି ରିପୋର୍ଟରୁ ଜଣାପଡ଼ିଛି। ୨୦୧୯-୨୦ ଆର୍ଥିକ ବର୍ଷ ହିସାବରୁ ଜଣାପଡ଼ିଥିଲା ଯେ ୨୦୧୯-୨୦ ମଧ୍ୟରେ ଏହି ସଂସ୍ଥା ମୂଳ ଧନ କିମ୍ବା ସୁଧ ପରିଶୋଧ କରିନାହିଁ। ଏହି ସଂସ୍ଥାର ସମ୍ପତ୍ତି ମୂଲ୍ୟ ମାତ୍ର ୫ କୋଟି ଟଙ୍କା ହୋଇଥିବା ବେଳେ ତାହା ଉପରେ ୧୨.୧୩ କୋଟି ଟଙ୍କାର ଋଣ ବାକି ପଡ଼ିଛି। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟ ସରକାରଙ୍କ ଦ୍ବାରା ତିନିଟି ସଂସ୍ଥାକୁ ଦିଆଯାଇଥିବା ଦୀର୍ଘକାଳୀନ ଋଣ ଉପରେ ୧୩୧୫.୭୩ କୋଟି ଟଙ୍କାର ସୁଧ ବକେୟା ଥିଲା। ଓଡ଼ିଶା ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍, ଗ୍ରିଡ୍କୋ ଓ ଓଡ଼ିଶା ରାଜ୍ୟ ବିହନ ନିଗମ ଉପରେ ଏହି ସୁଧ ବକେୟା ଥିଲା ବୋଲି ସିଏଜି ଜଣାଇଛନ୍ତି। ତିନି ବର୍ଷରୁ ଅଧିକ ବକେୟା ଥିବା ୯୧୯.୬୧ କୋଟି ଟଙ୍କା ମୋଟ ବକେୟାର ପ୍ରାୟ ୭୦ ପ୍ରତିଶତ ବୋଲି ହିସାବ କରାଯାଇଛି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post