ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୩୩ଟି ଉଦ୍ୟୋଗ ଓ ନିଗମଗୁଡ଼ିକ ମଧ୍ୟରୁ ୧୦ଟି ସଂସ୍ଥା ଉପରେ ୨୦୨୦ ମାର୍ଚ୍ଚ ସୁଦ୍ଧା ୧୩,୧୮୨.୫୭ କୋଟି ଟଙ୍କାର ଦୀର୍ଘକାଳୀନ ଋଣ ରହିଛି। ସେହି ଋଣ ମଧ୍ୟରୁ ରାଜ୍ୟ ସରକାରଙ୍କ କରଜ ୧୨୭୭.୨୯ କୋଟି ଟଙ୍କା ଥିଲା। କୋଣାର୍କ ଝୋଟ ଲିମିଟେଡ୍କୁ ୧୨.୧୩ କୋଟି ଟଙ୍କା ଋଣ ଦିଆଯାଇଥିଲା ବୋଲି ସିଏଜି ରିପୋର୍ଟରୁ ଜଣାପଡ଼ିଛି। ୨୦୧୯-୨୦ ଆର୍ଥିକ ବର୍ଷ ହିସାବରୁ ଜଣାପଡ଼ିଥିଲା ଯେ ୨୦୧୯-୨୦ ମଧ୍ୟରେ ଏହି ସଂସ୍ଥା ମୂଳ ଧନ କିମ୍ବା ସୁଧ ପରିଶୋଧ କରିନାହିଁ। ଏହି ସଂସ୍ଥାର ସମ୍ପତ୍ତି ମୂଲ୍ୟ ମାତ୍ର ୫ କୋଟି ଟଙ୍କା ହୋଇଥିବା ବେଳେ ତାହା ଉପରେ ୧୨.୧୩ କୋଟି ଟଙ୍କାର ଋଣ ବାକି ପଡ଼ିଛି। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟ ସରକାରଙ୍କ ଦ୍ବାରା ତିନିଟି ସଂସ୍ଥାକୁ ଦିଆଯାଇଥିବା ଦୀର୍ଘକାଳୀନ ଋଣ ଉପରେ ୧୩୧୫.୭୩ କୋଟି ଟଙ୍କାର ସୁଧ ବକେୟା ଥିଲା। ଓଡ଼ିଶା ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍, ଗ୍ରିଡ୍କୋ ଓ ଓଡ଼ିଶା ରାଜ୍ୟ ବିହନ ନିଗମ ଉପରେ ଏହି ସୁଧ ବକେୟା ଥିଲା ବୋଲି ସିଏଜି ଜଣାଇଛନ୍ତି। ତିନି ବର୍ଷରୁ ଅଧିକ ବକେୟା ଥିବା ୯୧୯.୬୧ କୋଟି ଟଙ୍କା ମୋଟ ବକେୟାର ପ୍ରାୟ ୭୦ ପ୍ରତିଶତ ବୋଲି ହିସାବ କରାଯାଇଛି।
Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
Prev Post